fbpx

ସମ୍ବଲପୁରରେ ପୋଲିସ ଡିଜିପି: ୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ

ଭୁବନେଶ୍ୱର: ସାମ୍ପ୍ରଦାୟିକ ହିଂସାକୁ ପ୍ରଶମିତ କରିବା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ତେବେ ସମ୍ବଲପୁରରେ ଉପୁଜିଥିବା ଅପ୍ରୀତିକର ସ୍ଥିତିର ସମୀକ୍ଷା କରିବା ପାଇଁ ଗ୍ରାଉଣ୍ଡ ଜିରୋରେ ପହଂଚିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଏହାପୂର୍ବରୁ ଆଜି ଡିଜି କହିଥିଲେ କି, ନିୟନ୍ତ୍ରଣ କରିବା ପାଇଁ ଅଧିକ ଫୋର୍ସ
ପଠାଯାଇଛି। ସମ୍ବଲପୁରରେ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସହରରେ ଯେପରି ଶାନ୍ତିଶୃଙ୍ଖଳା ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ତେବେ ସ୍ଥିତିକୁ ଦେଖି ଗତକାଲି ପୁଣି ଥରେ ଇଣ୍ଟରନେଟ୍ ସେବା ବନ୍ଦ ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ବଢ଼ାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ପୂର୍ବାହ୍ନ ୧୦ଟା ଯାଏଁ ଇଣ୍ଟରନେଟ୍‍ ସେବା ବନ୍ଦ ରହିବା ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ, ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ହୋଇଥିବା ବାଇକ୍‍ ରାଲୀବେଳେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହା ପରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏପ୍ରିଲ ୧୩ ତାରିଖ ଦିନ ସକାଳ ୧୦ଟାରୁ ଇଣ୍ଟରନେଟ୍‍ ସେବା ବନ୍ଦ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ଗତକାଲି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁର ସହରରେ ପୁର୍ନବାର ପୋଡ଼ାଜଳା ଓ ଅନ୍ୟାନ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଗତକାଲି ରାତିରେ ଜିଲ୍ଲାପାଳ କର୍ଫ୍ୟୁ ଘୋଷଣା କରିଥିଲେ। ଗତକାଲି ରାତିରୁ ଏହି କର୍ଫ୍ୟୁ ବଳବତ୍ତର ଥିବାବେଳେ ଆଜି ଇଣ୍ଟରନେଟ୍‍ ସେବା ବନ୍ଦ ଅବଧିକୁ ଆଉ ୪୮ ଘଣ୍ଟା ବଢାଇ ଦିଆଯାଇଛି । ସମ୍ବଲପୁରରେ ଉପୁଜିଥିବା ଅପ୍ରୀତିକର ସ୍ଥିତି ପାଇଁ ଅଧିକ ଫୋର୍ସ ପଠାଯାଇଛି। ସମ୍ବଲପୁରରେ ବରିଷ୍ଠ ପୁଲିସ୍‍ ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସହରରେ ଯେପରି ଶାନ୍ତିଶୃଙ୍ଖଳା ରହିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଯେଉଁ ଲୋକମାନେ ଏହି ଗଣ୍ଡଗୋଳରେ ସମ୍ପୃକ୍ତ କିମ୍ବା ଯେଉଁମାନେ ଏହାକୁ ପ୍ରୋତ୍ସାହନ ଦେଇଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ଡିଜି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.