fbpx

୧୨ ବର୍ଷ ପରେ ଭଡାଟିଆର ହୋଇଯିବ ସମ୍ପତ୍ତି ! ଘର ମାଲିକଙ୍କୁ କରିବାକୁ ପଡିବ ଏହି କାମ, ନଚେତ୍ କୋର୍ଟ ମଧ୍ୟ ସାହାଯ୍ୟ କରିବ ନାହିଁ

ନୂଆଦିଲ୍ଲୀ : ଯଦି ଆପଣଙ୍କ ଘରେ ବା ଜମି ଉପରେ କାହାକୁ ଭଡା ଦେଇଛନ୍ତି, ତେବେ ଏବେ ଠୁ ସାବଧାନ ହୋଇ ଯାଆନ୍ତୁ । କାରଣ ୧୨ ବର୍ଷ ରହିବା ପରେ ସେହି ସମ୍ପତ୍ତି ଭଡାଟିଆଙ୍କ ହୋଇପାରେ । ଏହା ଏତେ ସହଜ ନୁହେଁ କିନ୍ତୁ ତୁମର ଅସାବଧାନତା ହେତୁ ଏହା ସମ୍ଭବ ହୋଇପାରେ । ଏହାକୁ ଆଡଭର୍ସ ପୋଜିସନ୍ କୁହାଯାଏ । ଏପରିକି କୋର୍ଟ ଏହି ମାମଲାରେ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । ସୁପ୍ରିମକୋର୍ଟ ନିଜେ ଏହି ରାୟ ଦେଇଛନ୍ତି ଯେ, ଯଦି କେହି ୧୨ ବର୍ଷ ଧରି ଗୋଟିଏ ସମ୍ପତ୍ତି ଉପରେ ନିରବଚ୍ଛିନ୍ନ ଭାବରେ ଜୀବନଯାପନ କରୁଛନ୍ତି, ତେବେ ତାହା ତାଙ୍କର ହୋଇପାରେ ।

ଏହି ନିୟମ ବ୍ରିଟିଶ ଯୁଗରୁ ଆରମ୍ଭ ହୋଇଥିଲା । ସରଳ ଶବ୍ଦରେ କହିଲେ ଏହାକୁ ବେଆଇନ ଦଖଲ କୁହାଯାଏ । ତଥାପି, ଉପରୋକ୍ତ ପରିସ୍ଥିତିରେ ଏହାକୁ ଗ୍ରହଣ କରାଯାଏ । ସରକାରୀ ସମ୍ପତ୍ତି ଉପରେ ୧୨ ବର୍ଷର ଆଇନ ପ୍ରଯୁଜ୍ୟ ନୁହେଁ । ଅନେକ ଥର ଏହି କାରଣରୁ ମାଲିକମାନଙ୍କୁ ସେମାନଙ୍କର ସମ୍ପତ୍ତି ହରାଇବାକୁ ପଡେ । ଦୀର୍ଘ ସମୟ ଧରି ଭଡ଼ାରେ ରହୁଥିବା ଲୋକମାନେ ଏହାକୁ ଅନେକ ଥର ଜବରଦଖଲ କରିବାକୁ ଚେଷ୍ଟା କରନ୍ତି । ତେଣୁ ସତର୍କ ରହିବା ନିହାତି ଆବଶ୍ୟକ ।

କିପରି ରକ୍ଷା କରିବେ
ସର୍ବୋତ୍ତମ ଉପାୟ ହେଉଛି କାହାକୁ ଘର ଭଡା ଦେବା ପୂର୍ବରୁ ଭଡା ଚୁକ୍ତି କରିବା ଉଚିତ୍ । ଏହି ଚୁକ୍ତି ୧୧ ମାସ ପାଇଁ ହୋଇଥାଏ, ତେଣୁ ପ୍ରତି ୧୧ ମାସରେ ଏହାକୁ ପୁର୍ନବାର କରିବା ଉଚିତ୍ । ସମୟ ସମୟରେ ଭଡାଟିଆଙ୍କୁ ପରିବର୍ତ୍ତନ କରିବା ଉଚିତ୍ । ସମ୍ପତ୍ତି ଉପରେ ଟିକସ ରସିଦ, ବିଦ୍ୟୁତ୍ ଓ ଜଳ ବିଲ୍ ଆଦିକୁ ଅପଡେଟ୍ କରିବା ଉଚିତ୍ ।

Get real time updates directly on you device, subscribe now.