fbpx

ମିଶନ ଶକ୍ତି ମହିଳାଙ୍କ ପାଇଁ ସରକାରଙ୍କ ନୂଆ ମିଶନ, କ୍ୟାନ୍ସର ରୋଗ ଚିହ୍ନଟ କରିବା ସହ ରୋଗୀଙ୍କ ମନୋବଳ ବଢ଼ାଇବା କ୍ଷେତ୍ରରେ ହେବେ ନିୟୋଜିତ

ଭୁବନେଶ୍ୱର: ମହିଳା ସଶକ୍ତିକରଣ କଥା ଉଠିଲା ମାତ୍ରେ ସର୍ବ ପ୍ରଥମେ ମିଶନ ଶକ୍ତି କଥା ଶୁଣିବାକୁ ମିଳେ । କାରଣ ଏହା ଦ୍ୱାରା କେବଳ ମହିଳା ମାନେ ସଶକ୍ତ ହୋଇ ନାହନ୍ତି ବରଂ ସେମାନେ ସ୍ୱାବଲମ୍ବୀ ଲମ୍ବି ହେବା ସହିତ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

ତେବେ ସରକାର ମହିଳା ମାନଙ୍କର ଏଭଳି ପ୍ରଗତୀକୁ ଦେଖି ତାଙ୍କୁ ଅନେକ ସାବାସି ଦେବା ସହିତ ଅନେକ କାର୍ଯ୍ୟଭାର ମଧ୍ୟ ବାଣ୍ଟୁଛନ୍ତି । ଏହା ଭିତରେ ସରକାର ମହିଳା ମାନଙ୍କୁ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ମଧ୍ୟ ବାଣ୍ଟିଛନ୍ତି । ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ସହିତ ଆଜି କର୍କଟ ରୋଗ ପାଇଁ ଅନେକ ଚିକିତ୍ସା ଉପଲବ୍ଧ । ତୁମର ଚିକିତ୍ସା ତୁମର କର୍କଟ ରୋଗର ପ୍ରକାର, କର୍କଟ ରୋଗର ପର୍ଯ୍ୟାୟ, ତୁମର ସାମ୍ପ୍ରତିକ ସ୍ୱାସ୍ଥ୍ୟ ସ୍ଥିତି ଏବଂ କେଉଁ ପ୍ରକାର ଚିକିତ୍ସା ତୁମ ପାଇଁ ସର୍ବୋତ୍ତମ ତାହା ଉପରେ ନିର୍ଭର କରେ । କର୍କଟ ରୋଗରୁ ମୁକ୍ତ କରିବା ଏବଂ ସାଧାରଣ ଜୀବନଯାପନ କରିବାରେ ସାହାଯ୍ୟ କରିବା ରେ ସବୁଠାରୁ ମୁଖ୍ୟ ଭୂମିକା ହେଉଛି ସଠିକ ସମୟରେ ଏହାକୁ ଚିହ୍ନଟ କରିବା । ଏବେ ଏହି ଏସଏଚଜି ମହିଳା ମାନେ କର୍କଟ ରୋଗୀ ଚିହ୍ନିବା ସହିତ ତାଙ୍କୁ ସଚେତନ ଆଉ ଅନ୍ୟ ସବୁ ଦାୟୀତ୍ୱ ମଧ୍ୟ ପରିବହନ କରିବେ । ଯାହ ଦ୍ୱାରା ରାଜ୍ୟରେ କର୍କଟ ରୋଗୀ ଚିହ୍ନଟ ହେବାରେ ଏହା ସହାୟକ ହେବ ବୋଲି ସୂଚନା ମିଳିଛି ।

ସୂଚନାମୁତାବକ ପ୍ରତି ଜିଲ୍ଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯିବ । ସେମାନେ ସେହି ଲୋକମାନଙ୍କୁ ଚିହ୍ନଟ କରିବେ ଯାହାଙ୍କ ପାଖରେ କୌଣସି କର୍କଟ ଲକ୍ଷଣ ଦେଖା ଦେଉଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ ନେବାରେ ମଧ୍ୟ ସେମାନେ ସାହାର୍ଯ୍ୟ କରିବେ ।

ସଚେତନା ଅଭାବରୁ ଲୋକମାନେ ଏହି ମାରତ୍ମକ ରୋଗକୁ ଚିହ୍ନି ପାରୁ ନାହାଁନ୍ତି । ଏହା ସହିତ ତାଙ୍କର ଜୀବନ ମଧ୍ୟ ଯାଉଛି । ତେଣୁ ଏହି କ୍ଷେତ୍ରରେ ମିଶନ ଶକ୍ତି ମହିଳା ମାନେ ଏକ ସାରଥୀ ଭାବେ କାର୍ଯ୍ୟ କରିବେ । ଲୋକଙ୍କୁ ସଚେତନ କରାଇବେ ତାଙ୍କର ରୋଗ ଚିହ୍ନଟ କରିବା ସହିତ ତାଙ୍କୁ ଚିକିତ୍ସା ପରେ ମଧ୍ୟ ସାହାର୍ଯ୍ୟ ଯୋଗାଇବେ । ଏହା ସହିତ ଏହି ଗୋଷ୍ଠୀ ଚିକିତ୍ସିତ ହେଉଥିବା ମହିଳା ମାନଙ୍କ ମନୋବଳ ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.