fbpx

ମାଛ ବିକୁଥିବା ବେଳେ ଚଢାଇଦେଲା କଣ୍ଟେନର, ବିକାଳି ମୃତ

ରାୟଗଡା: ରାଜ୍ୟରେ ଏକ ମର୍ମନ୍ତୁତ ଦୁର୍ଘଟଣା ସାମ୍ନାକୁ ଆସିଛି । ରାସ୍ତାକଡରେ ମାଛ ବିକାଳିକୁ ଏକ କଣ୍ଟେନର ଚଢାଇ ଦେଇଛି । ଫଳରେ ମାଛ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି । ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ମାଛ ବିକୁଥିବା ବେଳେ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଆନୁଯାୟୀ, ଏକ ମାଛ ବିକାଳି ରାୟଗଡାର ପୂର୍ତ୍ତ ବିଭାଗ ଡାକବଙ୍ଗଳା ସାମ୍ନାରେ ମାଛ ବିକ୍ରି କରୁଥିଲା । ହଠାତ ଏକ କଣ୍ଟେନର ମାଛ ବିକାଳିଙ୍କ ଉପରେ ଚଢିଯାଇଥିଲା । ଫଳରେ ମାଛ ବିକାଳିଙ୍କ ମୃତ୍ୟୁ ଘଟିଛି । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

ଦୁର୍ଘଟଣା ଘଟିବା ପରେ କଣ୍ଟେନର ଡ୍ରାଇଭର ଗାଡି ଛାଡି ଫେରାର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଶବ ଉଦ୍ଧାର କରିବା ବେଳେ ଲୋକେ ସେଠାରେ କ୍ଷତିପୂରଣ ପାଇଁ ଦାବି କରୁଛନ୍ତି । ସହର ଭିତରକୁ ଭାରି ଯାନ ଆସୁଥିବାରୁ ଲୋକମାନେ ପ୍ରତିବାଦ କରିଛନ୍ତି । ପୋଲିସ ଗାଡିକୁ ନେଇ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.