fbpx
BJD SKY
BJD SKY

ରିପୋର୍ଟରୁ ବଡ଼ ଖୁଲାସା: ୨୦୨୩ରେ ପାଖାପାଖି ଅର୍ଦ୍ଧେକ କର୍ମଚାରୀ ନିଜ ଚାକିରୀ ପରିବର୍ତ୍ତନ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି

BJD

ନୂଆଦିଲ୍ଲୀ: କିଛି ଦିନ ହେବ ଆପଣ ଶୁଣିବାକୁ ପାଉଥିବେ ବିଭିନ୍ନ ଆଇଟି ହେଉ ଅବା ଟେକ କ୍ଷେତ୍ରରେ ବିପୁଳ ପରିମାଣରେ ଛଟେଇ କରାଯାଉଥିଲା । ଦିନକୁ ଦିନ ଏହି କମ୍ପାନୀ ବହୁ ମାତ୍ରାରେ ତାଙ୍କ କର୍ମଚାରୀ ମାନଙ୍କୁ ଝଟକା ଦେଉଥିଲା । ତେବେ ଏହି କଥାର ପ୍ରଭାବରେ ଉଭୟ ଚାକାରୀ ଖୋଜୁଥିବା ଓ ନିଯୁକ୍ତିଦାତାଙ୍କୁ ସତର୍କ କରି ଦେଇଛି । କାରଣ ସାକ୍ଷାତକାରରେ ସାମିଲ ହୋଇଥିବା ହାରାହାରି ୪୭ ପ୍ରତିଶତ ଲୋକ ତାଙ୍କର ପୂର୍ବ ଚାକିରୀ ପରିବର୍ତ୍ତନ କରିବା ପାଇଁ ଅନିଚ୍ଛା ପ୍ରକାଶ କରିଛନ୍ତି । ସୋମବାର ପ୍ରକାଶିତ ଏକ ରିର୍ପୋଟରୁ ଯାହା ସୂଚନା ମିଳିଛି ୨୦୨୩ ରେ ୪୭ ପ୍ରତିଶତ କର୍ମଚାରୀ ତାଙ୍କର ପୂର୍ବ ଚାକିରୀ ଛାଡିବେ ନାହିଁ ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

ଗ୍ଲୋବାଲ ଜବ ସାଇଡ ଇଣ୍ଡିଡର ଏକ ରିପୋର୍ଟ ଅନୁସାରେ ନିଆଯାଇଥିବାେ ସାକ୍ଷାତକାରରେ ୪୭ପ୍ରତିଶତ କର୍ମଚାରୀ ତାଙ୍କ ବର୍ତ୍ତମାନ ସଙ୍ଗଠନରେ କାର୍ଯ୍ୟ କରିବାର ବିକଳ୍ପକୁ ଚୟନ କରିଛନ୍ତି । ଯେଉଁଠାରେ କି ୩୭ ପ୍ରତିଶତ କର୍ମଚାରୀ ସେମାନଙ୍କର କ୍ୟାରିୟର ଗଠନକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । ଆଉ ଏହି ଏସଡବ୍ଲୁଆଇ ୨୦୧୯ ରିପୋର୍ଟରେ ଏହା ମଧ୍ୟ ପ୍ରକାଶ କରାଯାଇଛି ଯେ ନୋଟବନ୍ଧି ପରେ ପ୍ରାୟ ୫୦ଲକ୍ଷ ଚାକିରୀ ହରାଇଛନ୍ତି ।

ତେବେ ଏହି ସର୍ଭେ ଭାଲ୍ୟୁବକ୍ସ ଦ୍ୱାରା କରାଯାଇଥିଲା । ଯେଉଁଥିରେ ୨୦୨୩ ଜାନୁୟାର – ଫେବୃଆରୀରେ ୧୧୫୭ ଜଣ ନିଯୁକ୍ତିଦାତା ଆଉ ୧୫୮୩ ଚାକିରୀ ଆଶାୟୀଙ୍କୁ ନେଇ କରାଯାଇଥିଲା ।
ଏହି ପରିସ୍ଥିତି ମଧ୍ୟରେ କିଛି ଏପରି କମ୍ପାନୀ ଯେପରି ବିଏଫଏସଆଇ ଭଳି ସଂସ୍ଥା ଅଛି ଯେଉଁଠାରେ ନିଯୁକ୍ତିର ବଡ ସୁଯୋଗ ସୃଷ୍ଟି ହେଉଛି । ଆଗାମୀ ଦିନରେ ଏଥିରେ ବଡଧରଣ ନିଯୁକ୍ତିର ଆଶା ଦେଖାଯାଉଛି ।

ଏହା ଭିତରେ ଭାରତର ସେଲ୍ସ ହେଡ ଶଶି କୁମାର କହିଛନ୍ତି ଯେ ୨୦୨୩ରେ ବୃହତ ଅର୍ଥନୀତି ଦ୍ୱାରା ନିଯୁକ୍ତି କ୍ଷେତ୍ର ଅଧିକ ମଜବୁତ ହେବା ନେଇ ଆଶା କରାଯାଉଛି । ଏବଂ ନିଯୁକ୍ତିଦାତା ମାନେ ବର୍ତ୍ତମାନ ଏହି ଟ୍ୟାଲେଣ୍ଟ ପୁଲ ମାଧ୍ୟମରେ ନିଜର ପାରିଦର୍ଶିତା ଜାରି ରଖିବା ଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

ଏଥିରେ କୁହାଯାଇଛି ଯେ ସ୍ବାସ୍ଥ୍ୟସେବା (୬୪ ପ୍ରତିଶତ) ଏବଂ ନିର୍ମାଣ ଏବଂ ରିଏଲ୍ ଇଷ୍ଟେଟ୍ (୫୭ ପ୍ରତିଶତ) ଅନ୍ୟ ଦୁଇଟି କ୍ଷେତ୍ର ଥିଲା ଯାହାକି ବହୁ ପରିମାଣରେ ନିଯୁକ୍ତି ହେଇଥିଲା । ଅପରପକ୍ଷେ, ଗଣମାଧ୍ୟମ ଏବଂ ମନୋରଞ୍ଜନ (୪୯ ପ୍ରତିଶତ), IT / ITeS (୨୯ ପ୍ରତିଶତ) ଏବଂ ଉତ୍ପାଦନ (୩୯ ପ୍ରତିଶତ) କ୍ଷେତ୍ର ଏହି ସମୟ ମଧ୍ୟରେ ସର୍ବନିମ୍ନ ନିଯୁକ୍ତି ହେଇଥିବାର ରିପୋର୍ଟରେ ଦର୍ଶାଯାଇଛି।

ଅନୁସନ୍ଧାନରୁ ଜଣାପଡିଛି ଯେ ଯୁକ୍ତିଦାତାଙ୍କ ଅନୁପାତରେ ମଧ୍ୟମ ସ୍ତରରେ (୨୭ ପ୍ରତିଶତ) ଏବଂ ବରିଷ୍ଠ ସ୍ତରୀୟ ଭୂମିକା (୧୨ ପ୍ରତିଶତ) ଯଥେଷ୍ଟ ବୃଦ୍ଧି ଘଟିଛି। ରିପୋର୍ଟ ଅନୁଯାୟୀ ପ୍ରଥମ ଥର ପାଇଁ ଚାକିରୀ ବଜାରରେ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଅନୁପାତ ଅକ୍ଟୋବର-ଡିସେମ୍ବର ତ୍ରୟ ମାସରେ ୧୬ ପ୍ରତିଶତରୁ ୨୩ ପ୍ରତିଶତକୁ ବୃଦ୍ଧି ପାଇଛି।

Get real time updates directly on you device, subscribe now.