fbpx

ଆଜି ବୈଶାଖ ମାସର ମାସିକ ଶିବରାତ୍ରୀ, ଜାଣନ୍ତୁ କାହିଁକି ଏହି ଦିନ ଶିବଭକ୍ତଙ୍କ ପାଇଁ ଖାସ

ବୈଶାଖ ମାସର କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିରେ ମାସିକ ଶିବରାତ୍ରୀ ପାଳନ ହୋଇଥାଏ । ଏହି ବର୍ଷ ଆଜି ଅର୍ଥାତ ୧୮ ଏପ୍ରିଲ ମଙ୍ଗଳବାର ଦିନ ପଡୁଛି । ବିଧି ଅନୁସାରେ, ଶିବରାତ୍ରୀର ବ୍ରତ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । କୁହାଯାଏ ଯେ, ଏହି ଦିନ ଯେଉଁମାନେ ନିଜ ଅନ୍ତରରୁ ଶିବ ଏବଂ ମାଆ ପାର୍ବତୀଙ୍କୁ ପୂଜା କରନ୍ତି ସେମାନଙ୍କ ଜୀବନରେ ସମସ୍ତ ଅସୁବିଧା ଦୂର ହୋଇଥାଏ ।

ମାସିକ ଶିବରାତ୍ରୀର ପୂଜା ବିଧି

ମାସିକ ଶିବରତାତ୍ରୀ ଦିନ ସକାଳୁ ସୂର୍ଯ୍ୟଦୋୟ ପୂର୍ବରୁ ଉଠି ସ୍ନାନ କରି ନିଅନ୍ତୁ । ପରେ ଭଗବାନ ଶିବଙ୍କ ମନ୍ଦିର ବା ଘରେ ଶିବ ଏବଂ ମାଆ ପାର୍ବତୀଙ୍କୁ ପୂଜା କରନ୍ତୁ । ଧ୍ୟାନ ରଖନ୍ତୁ ଯେ, ସର୍ବପ୍ରଥମେ ଶିବଲିଙ୍ଗର ଅଭିଷେଖ କରନ୍ତୁ । ଏଥିପାଇଁ ଜଳ, ଶୁଦ୍ଧ ଘିଅ, କ୍ଷୀର, ମିଶ୍ରି, ଦହି ଆଦି ଅଭିଷେକ ବା ଘର୍ଷଣ କରନ୍ତୁ । ରୁଦ୍ରାଭିଷେଖ କରିବା ଦ୍ୱାରା ଶିବ ଅଧିକ ପ୍ରଶନ୍ନ ହୋଇଥାନ୍ତି ।

ଏହିଦିନ ବେଲପତ୍ର, ଦୁଦୁରା, ଫଳ ଆଦି ଶିବଙ୍କୁ ସମର୍ପଣ କରନ୍ତୁ । ଏଥିପ୍ରତି ଧ୍ୟାନ ଦେବା ଉଚିତ ଯେ, ଆପଣ ବେଲପତ୍ରକୁ ଭଲଭାବେ ସଫା କରିବା ଆବଶ୍ୟକ। ଶିବଙ୍କୁ ପୂଜା କରିବା ସମୟରେ ଶିବ ପୂରାଣ, ଶିବ ସ୍ତୁତି, ଶିବ ଅଷ୍ଟକ, ଶିବ ଚାଳିସା ଏବଂ ଶିବ ଶ୍ଲୋକ ପଠନ କରନ୍ତୁ । ସନ୍ଧ୍ୟା ସମୟରେ ଆପଣ ଫଳ ଆହର କରିପାରିବେ । ତେବେ ବ୍ରତରେ ଅନ୍ନ ଗ୍ରହଣ ନ କରିବା ଆବଶ୍ୟକ ।

Get real time updates directly on you device, subscribe now.