fbpx
BJD SKY
BJD SKY

ବିମାନବନ୍ଦରରୁ ଗାୟବ ହେଲେ ଟିଏମସି ନେତା, ରାଜନୈତିକ ମହଲରେ ସବୁଠାରେ ହେଉଛି ଚର୍ଚ୍ଚା

BJD

ନୂଆଦିଲ୍ଲୀ:ବରିଷ୍ଠ ତଟିଏମସି ନେତା ମୁକୁଲ ରୟ ନିଖୋଜ ହେଇଥିବା ନେଇ ସୂଚନା ମିଳିଛି । ତାଙ୍କ ପୁଅ ଶୁଭ୍ରାନ୍ସୁ ରୟ ଦାବି କରିଛନ୍ତି ଯେ ସୋମବାର ସନ୍ଧ୍ୟାରେ ତାଙ୍କ ପିତାଙ୍କୁ କୋଲକାତା ରୁ ଦିଲ୍ଲୀକୁ ଇଣ୍ଡିଗୋ ବିମାନ ନେବାର ଥିଲା । ବିମାନଟି ରାତି ୯.୫୫ ରେ ଦିଲ୍ଲୀରେ ପହଞ୍ଚିଥିଲା। କିନ୍ତୁ ତାଙ୍କ ପିତାଙ୍କ ବିଷୟରେ କିଛି ସୂଚନା ମିଳି ନଥିଲା । ପୂର୍ବତନ ରେଳ ମନ୍ତ୍ରୀଙ୍କ ପୁଅ ଶୁଭ୍ରାନ୍ସୁ ପିଟିଆଇକୁ କହିଛନ୍ତି ଯେ ସୋମବାର ବିଳମ୍ବିତ ରାତିରୁ ତାଙ୍କ ପିତାଙ୍କ କୌଣସି ସୂଚନା ମିଳୁନାହିଁ ଏବଂ ସେ ନିଖୋଜ ଅଛନ୍ତି । ଟିଏମସି ନେତା ଶୁଭ୍ରାନ୍ସୁ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ମୋ ବାପାଙ୍କ ସହ ଯୋଗାଯୋଗ କରିବାରେ ଅସମର୍ଥ। ସେ ନିଖୋଜ ହୋଇଯାଇଛନ୍ତି।

ଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ ରବିବାର ଦିନ ବାପା-ପୁଅଙ୍କ ମଧ୍ୟରେ କୌଣସି ପ୍ରସଙ୍ଗକୁ ନେଇ ଝଗଡା ହେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ପତ୍ନୀଙ୍କ ମୃତ୍ୟୁ ପରଠାରୁ ମୁକୁଲ ରୟଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଘେରି ରହିଥିଲା। ଗତ ଫେବୃଆରୀ ମାସରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରିବାର ସଦସ୍ୟ ବିମାନବନ୍ଦର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ପୋଲିସ ସୂତ୍ରରୁ ପ୍ରକାଶ ଯେ ସେମାନେ ଏଭଳି ଅଭିଯୋଗ ପାଇନାହାଁନ୍ତି।

ପ୍ରାୟ ଦେଢ ବର୍ଷ ପୂର୍ବେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିବା ମୁକୁଲ ରୟ ସର୍ବଦା ଜନସାଧାରଣଙ୍କ ଆଖିରୁ ଦୂରେଇ ରହିଥିଲେ। ଟିଏମସିରେ ଯୋଗ ଦେବାପରେ ତାଙ୍କ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଥିଲା । ଟିଏମସି ନେତାଙ୍କ ନିଖୋଜ ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମୁକୁଲ ରୟ କୋଲକାତା ବିମାନବନ୍ଦରରେ ଦୁଇଜଣ ଭେଟେରାନଙ୍କୁ ଭେଟିଥିଲେ। ସେ କୋଲକାତା ବିମାନବନ୍ଦରରେ ପହଞ୍ଚିଥିଲେ। ଏହା ପରେ ସେ କେଉଁଆଡେ ଗଲେ କେହି ଜାଣନ୍ତି ନାହିଁ ।

Get real time updates directly on you device, subscribe now.