fbpx

ବଙ୍ଗାଳୀ ବଜାରରେ ବ୍ଲୁ ଟି-ସାର୍ଟରେ ନଜର ଆସିଲେ ରାହୁଲ, ଖାଇଲେ ଗୁପଚୁପ ପିଇଲେ ମୋହବତ୍ କା ସରବତ

ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ବଙ୍ଗାଳୀ ବଜାର ଏବଂ ଚାନ୍ଦନୀ ଚକ୍ ବଜାରରେ ରାହୁଲ ଗାନ୍ଧୀ ଗୁପଚୁପ , ଚାଟ୍ ଏବଂ ସରବତ ଉପଭୋଗ କରିଥିଲେ। ତାଙ୍କୁ ଦେଖିବା ପାଇଁ ଏହି ମାର୍କେଟ ରେ ଲୋକମାନେ ଯେପରି ଘେରି ଯାଇଥିଲେ ତାହାର ଦୃଶ୍ୟ ଏବେ ସବୁଠାରେ ଭାଇରଲ ହେଉଛି । ତାଙ୍କୁ ଦେଖିବା ପାଇଁ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସେ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ।

ରାହୁଲ ଗାନ୍ଧୀ ବଙ୍ଗଳା ବଜାରରେ ନାଥୁ ସ୍ୱଇଟ୍ସ ଠାରେ ଗୁପଚୁପ ଖାଇଥିଲେ। ଏହା ପରେ ସେ ପୁରୁଣା ଦିଲ୍ଲୀର ଚାନ୍ଦନୀ ଚୋକ୍ ଅଞ୍ଚଳକୁ ଯାଇଥିଲେ, ଯେଉଁଠାରେ ରମଜାନ ପାଳନ କରାଯାଏ। ଚାନ୍ଦନୀ ଚକ୍ ରେ ସେ ମୋହବତ୍ କା ସରବତ ନାମକ ଏକ ତରଭୁଜ ପାନ କରିଥିଲେ। ଏହା ପରେ ସେମାନେ ଅଲ ଜବାହର ରେଷ୍ଟୁରାଣ୍ଟକୁ କବାବ ଖାଇବାକୁ ଯାଇଥିଲେ । ତାଙ୍କ ସହ ଖାଦ୍ୟ ଲେଖକ ତଥା ବ୍ଲଗର୍ କୁନାଲ ବିଜୟକର ମଧ୍ୟ ଥିଲେ।

ଦୀର୍ଘ ସମୟ ପରେ ରାହୁଲଙ୍କୁ ଧଳା ଟି-ସାର୍ଟ ବ୍ୟତୀତ ନୀଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା ​​। ଚିତ୍ରରେ ରାହୁଲ ଗୁପଚୁପ ଷ୍ଟଲରେ ଖାଉଥିବାର ନଜର ଆସିଛନ୍ତି। ବଜାରରେ ରାହୁଲଙ୍କୁ ତାଙ୍କ ଅଙ୍ଗରକ୍ଷୀମାନେ ଘେରି ରହିଥିଲେ, କିନ୍ତୁ ଲୋକଙ୍କୁ ଅତି ନିକଟରୁ ଭେଟିଥିଲେ ।ରାହୁଲ ଚାନ୍ଦନୀ ଚକ୍ ରେ ଥିବା ପ୍ରସିଦ୍ଧ ମୋହବତ୍ କା ସରବତ ଦୋକାନରେ ତରଭୁଜ ସରବତ ପିଇବାକୁ ପହଞ୍ଚିଥିଲେ।

ତାଙ୍କ ବଜାର ପରିଦର୍ଶନ ସମୟରେ ତାଙ୍କୁ ଲୋକମାନେ ଘେରି ରହିଥିଲେ। ଲୋକମାନେ ତାଙ୍କୁ ଭେଟିବାକୁ ଏବଂ ହାତ ମିଳାଇବାକୁ ଆଗ୍ରହୀ ଥିଲେ। ରାହୁଲ ପ୍ରାୟତଃ ଦିଲ୍ଲୀର ବଜାରକୁ ଯାଇ ଖାଦ୍ୟ ସାମଗ୍ରୀ ଉପଭୋଗ କରୁଥିବାର ଆଗରୁ ଦେଖିବାକୁ ମିଳିଛି । ତେବେ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି ।

Get real time updates directly on you device, subscribe now.