fbpx

ଭାରତକୁ ଆମେରିକାର ୩ମିଲିୟନ ଡଲାର ସହାୟତା

ନୂଆଦିଲ୍ଲୀ, ୩୦ା୪: କୋଭିଡ଼-୧୯ ଫଳରେ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଅନେକ ଦେଶ କରୋନା ମୁକାବିଲା ପାଇଁ ଅଧିକ ଅର୍ଥରାଶି ଆବଶ୍ୟକ କରୁଛନ୍ତି । ତେବେ ଭାରତ ପୂର୍ବରୁ ଆମେରିକାକୁ ହାଇଡ୍ରୋକ୍ଲୋରୋକୁଇନ ଔଷଧ ପଠାଇ ସହାୟତାର ହାତ ବଢ଼ାଇଥିଲା । ଏବେ ଆମେରିକା ମଧ୍ୟ ଭାରତକୁ ଏହାର ଋଣ ସୁଝିବାକୁ ସହାୟତା ଦେଇଛି । କରୋନା ମୁକାବିଲା ପାଇଁ ଭାରତକୁ ଅତିରିକ୍ତ ୩୦ଲକ୍ଷ ଅର୍ଥାତ ୩ମିଲିୟନ ଡଲାରର ସହାୟତା ଘୋଷଣା କରିଛି ଆମେରିକା । ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନେଥ ଏନେଇ ସୂଚନା ଦେଇଛନ୍ତି । ଆମେରିକା-ଭାରତ ମଧ୍ୟରେ ଏହା ସ୍ଥାୟୀ ସହଭାଗିତାର ଉଦାହରଣ ସୃଷ୍ଟି କରିପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋଭିଡ଼-୧୯ ମୁକାବିଲା ପାଇଁ ୟୁଏସଏଆଇଡ଼ି ଭାରତକୁ ୫.୯ ମିଲିୟନ ଡଲାର ଦେଇଛି । ଏହି ସହାୟତା କୋଭିଡ଼-୧୯ ପ୍ରସାରକୁ ମନ୍ଥର କରିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.