fbpx

ଖୁବଶୀଘ୍ର ବିଦେଶ ସହ ଡଲାର ପରିବର୍ତ୍ତେ ହେବ ଟଙ୍କାରେ ବ୍ୟାପାର, ଜାଣନ୍ତୁ କଣ କହିଲେ ଉଦ୍ୟେଗ ମନ୍ତ୍ରୀ

ନୂଆଦିଲ୍ଲୀ: ବ୍ୟବସାୟୀ ଖୁବଶୀଘ୍ର ଟଙ୍କା ଦ୍ୱାରା ବିଦେଶ ସହ ବ୍ୟାପାର କରିବାରେ ସକ୍ଷମ ହେବ ବୋଲି ବାଣିଜ୍ୟ ଏବଂ ଉଦ୍ୟେଗମନ୍ତ୍ରୀ ପିୟୁଷ ଗୋୟଲ ଗତକାଲି କହିଛନ୍ତି । ବହୁ ଗୁଡିଏ ଦେଶର ବ୍ୟାଙ୍କ ଭାରତୀୟ ବ୍ୟାଙ୍କରେ ସ୍ପେଶାଲ ବୋସ୍ଟ୍ରୋ ଆକାଉଣ୍ଟ ଖୋଲୁଛନ୍ତି । ଏଥିରେ ବହୁ ଗୁଡିଏ ଦେଶ ସହ ଭାରତୀୟ ମୁଦ୍ରା ଡିଲ୍ ହେବାର ସମ୍ଭାବନା ରହିଛି । ଭାରତୀୟ ରିଜର୍ଭ ଭ୍ୟାଙ୍କ ୟୁକେ, ସିଙ୍ଗାପୁର ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୧୮ଟି ଦେଶରେ ଏସଆରଭିଏ ଖୋଲିବା ପାଇଁ ୬୦ଟି ଅନୁରୋଧକୁ ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ, ଆରବିଆଇ ଏହି ମାମଲାରେ କିଛି ଅନ୍ୟ ଦେଶର ମୁଖ୍ୟ ବ୍ୟାଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ।

ପୀୟୁଷ ଗୋୟଲ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଯଦି ଅନେକ ଦେଶର ବ୍ୟାଙ୍କ ସହିତ ଆରବିଆଇର ଆଲୋଚନା ସମାପ୍ତ ହୁଏ ଏବଂ ଏକ ଚୁକ୍ତିନାମା ହୁଏ, ତେବେ ଖୁବ ଶୀଘ୍ର ଅନେକ ଦେଶ ସହିତ ଆନ୍ତର୍ଜାତୀୟ ବାଣିଜ୍ୟରେ ଟଙ୍କା ବ୍ୟବହାର କରାଯିବ। ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଅନେକ ଦେଶରୁ ଆରମ୍ଭ ହେବ। ୟୁରୋପୀୟ ୟୁନିଅନ୍, ବ୍ରିଟେନ ଏବଂ କାନାଡା ଭଳି ବିକଶିତ ଦେଶମାନଙ୍କ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

ପରିଷଦ (ଜିସିସି) ଏବଂ ୟୁରାସିଆନ୍ ଇକୋନୋମିକ୍ ୟୁନିଅନ୍ (EAEU) ଗୋଷ୍ଠୀ ମଧ୍ୟ ଭାରତ ସହିତ ଏଭଳି ଚୁକ୍ତି କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି ଯେ, ସମଗ୍ର ବିଶ୍ୱ ଭାରତ ସହିତ ଏକ ବ୍ୟାପକ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ଚାହୁଁଛି। ବୟନ କ୍ଷେତ୍ର ପାଇଁ ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ବିଷୟରେ ବ୍ୟାପକ ଆଲୋଚନା ହୋଇଛି। ସେ କହିଛନ୍ତି ଯେ, ମୁଁ ନିଶ୍ଚିତ ଅଛି ଆମେ ଖୁବ ଶୀଘ୍ର ଏହି ଯୋଜନାର ବାହ୍ୟରେଖା ଚୂଡ଼ାନ୍ତ କରିବାକୁ ଅନୁମୋଦନ ପାଇପାରିବା।

ଟେକ୍ସଟାଇଲ୍ କ୍ଷେତ୍ରକୁ ପ୍ରୋତ୍ସାହନ ଦେବାପରେ ଗୋୟଲ କହିଛନ୍ତି ଯେ, ବୟନ ମନ୍ତ୍ରଣାଳୟ ଏକ ESG ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଟାସ୍କଫୋର୍ସ କ୍ଷେତ୍ରକୁ ଅଧିକ ପରିବେଶ ଅନୁକୂଳ ଏବଂ ସ୍ଥାୟୀ କରିବା ପାଇଁ ଉପାୟ ପରାମର୍ଶ ଦେବ। ହସ୍ତତନ୍ତ ଦ୍ରବ୍ୟର ବିକ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ଦ୍ୱାରା ଏକ ପୋର୍ଟାଲ୍ ମଧ୍ୟ ପ୍ରବର୍ତ୍ତନ କରାଯାଇଛି। ରପ୍ତାନି ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ, ବୟନ କ୍ଷେତ୍ର ପାଇଁ ୧୦୦ ବିଲିୟନ ଡଲାରର ଲକ୍ଷ୍ୟ ରଖାଯାଇଛି।

Get real time updates directly on you device, subscribe now.