fbpx

ଜୈବିକ ଚାଷ ଆପଣାଇବାରେ କୃଷକଙ୍କୁ ପ୍ରତି ଏକର ପିଛା ମିଳୁଛି ୬,୫୦୦ ଟଙ୍କା, ଏହିଠାରେ କରନ୍ତୁ ଅବେଦନ

ନୂଆଦିଲ୍ଲୀ: ସାଧାରଣତଃ ଚାଷ ଜମିରେ ରାସାୟନିକ ପିଡିଆ ପଡିବା ହେତୁ ମାଟିର ଉର୍ବରତା କମି କମି ଯାଉଛି । ଏହି କାରଣରୁ ସରକାର ଜୈବିକ ପିଡିଆର ବିଶେଷତା ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନେ ଫସଲରେ ରାସାୟନିକ ପଦାର୍ଥ ପରିବର୍ତ୍ତେ ଏହି ଜୈବିକ ପଦାର୍ଥର ଉପଯୋଗ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ବିହାର ସରକାର କୃଷକମାନଙ୍କୁ ଜୈବିକ ଜମି ଅପଣେଇବା ପାଇଁ ଆର୍ଥିକ ସହାୟତା ଦେବା ମଧ୍ୟ ଘୋଷଣା କରିଛନ୍ତି ।

ବିହାର କୃଷି ବିଭାଗ ମୁତାବକ ପ୍ରତି ଏକର ଜମିରେ ଜୈବିକ ଚାଷ କରିବା ପାଇଁ କୃଷକଙ୍କୁ ୬,୫୦୦ ଟଙ୍କା ମିଳିବ । କୃଷକଙ୍କୁ ଏହି ରାଶି ଜୈବିକ ପ୍ରୋତ୍ସାହନ ଯୋଜନା ସାହାଯ୍ୟରେ ଦିଆଯିବ । ଏହି ରାଶିକୁ ପାଇବା ପାଇଁ କୃଷକଙ୍କୁ ୨.୫ ଏକର ଜମି ଥିବା ଆବଶ୍ୟକ । ୨.୫ ଏକର ଜମି ପାଇଁ କୃଷକଙ୍କୁ ସମୁଦାୟ ୧୬ ହଜାର ୨୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ତେବେ ଯେକୌଣସି ସୂଚନା ପାଇଁ ଟୋଲ ଫ୍ରୀ ନମ୍ବର ୧୮୦୦-୧୮୦-୧୫୫୧ ନମ୍ବରକୁ ଫନ କରିବା ପରେ ସବୁ ଜଣାପଡିବନି ।

ଯଦି ଗୋଟେ ଏକର ଜମିରେ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉଛି ତେବେ ତା ଉପରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ଜୈବିକ ସାର ବ୍ୟବହୃତ ହେଲେ ୫୦୦୦ ଟଙ୍କା ହେବ । ତେବେ ରାସାୟନିକ ଏବଂ ଜୈବିକ ମଧ୍ୟରେ ପାର୍ଥକ୍ୟ ୨୦ ପ୍ରତିଶତ କମ ଜୌବିକ ସାର ।

Get real time updates directly on you device, subscribe now.