fbpx

ଆଜି ବିବାହ ବାର୍ଷିକୀ ; ଅଫେରା ରାଇଜରେ ଦେବାଶିଷ୍‌… ଝୁରୁଛି ସଙ୍ଖା ସିନ୍ଦୁର

ଭୁବନେଶ୍ୱର : ମାଟି ମା ପାଇଁ ସଦୀଦ ହୋଇଛନ୍ତି ସ୍ୱାମୀ । ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ଯେଉଁଠୁ କେବେ ଆଉ ଫେରିବେନି । ହେଲେ ଆଜି ପରା ବିବାହ ବାର୍ଷିକୀ , ଫେରିବନି କେମିତି । ଆଜକୁ ଠିକ୍ ବର୍ଷେ ତଳେ ସାତ ଜନ୍ମର ସାଥୀ କରିବା ପାଇଁ ହାତ ଥରି ଥିଲେ । ସାକ୍ଷୀ ଥିଲା ନିଆଁ । କିନ୍ତୁ ସେହି ନିଆଁରେ ଗତକାଲି ଜଳି ଯାଇଛି ତୁମର ମୃତ ଶରୀର । ଏଭଳି କିଛି ଅଭିମାନ ଓ ଦୁଃଖଭରା ଶବ୍ଦ ବ୍ୟଥିତ ଓ ବିବ୍ରତ କରୁଛି ସହୀଦ ଦେବାଶିଷ୍ ବିଶ୍ୱାଳଙ୍କ ସ୍ତ୍ରୀ ସଙ୍ଗୀତାଙ୍କୁ । ସ୍ୱାମୀର ସହୀଦ ଖବର ଶୁଣିବା ବେଳଠାରୁ ନିର୍ବାକ ହୋଇଯାଇଛି ସ୍ତ୍ରୀ । ପାଟିରୁ ଖକଥା ବାହାରୁନି ।

ସୂଚନାଯୋଗ୍ୟ, ଆଜି ହେଉଛି ସଦୀଦ ଓଡିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ପ୍ରଥମ ବିବାହ ବାର୍ଷିକୀ । ଏଥିପାଇଁ ସବୁ ପ୍ରକାର ବ୍ୟବସ୍ଥା ସରିଥିଲା । କେମିତି ପ୍ରଥମ ବିବାହ ବାର୍ଷିକୀ ଧୁମଧାମରେ ପାଳନ କରାଯିବ ସେନେଇ ମଧ୍ୟ ବିଭିନ୍ନ ଆଲୋଚନା ହୋଇଥିଲା । ଡାଲି ଚାଉଳ ଦୋକାନରୁ ଆରମ୍ଭ କରି ଟେଣ୍ଡ ସବୁଠି ବହିନା ଦିଆ ସରିଥିଲ । ଏମିତିକି ଘରକୁ ଫେରିବା ପାଇଁ ଟିକେଟ୍ ମଧ୍ୟ ହୋଇଥିଲା । ବୋଧେ ସେହି ଦିନର ଡ୍ୟୁଟି ସାରି ଘରକୁ ଫେରିଥାନ୍ତେ । କିନ୍ତୁ ଭାଗ୍ୟର ବିଡମ୍ବନା ଥିଲା କିଛି ଅଲଗା । ବୋଧେ ସେହି ଦିନ ଛୁଟି ପୂର୍ବର ଶେଷ ଡ୍ୟୁଟି ବୋଲି ସେ ଭାବିଥିବେ କିନ୍ତୁ ତାହା ହୋଇଗଲା ଜୀବନର ଶେଷ ଡ୍ୟୁଟି । ମାତ୍ର ଗୋଟିଏ ଦିନ ପରେ ଆସି ପହଞ୍ଚି ଥାନ୍ତେ ଦେବାଶିଷ୍ । କିନ୍ତୁ ପହଞ୍ଚିଲା ସହୀଦ ଯବାନଙ୍କ ପାର୍ଥିବ ଶରୀର । ବିବାହ ବାର୍ଷିକୀ ବଦଳରେ ପାଳନ ହେବ ଶୁଦ୍ଧି କ୍ରୀୟା ।

ପୁରୁଣା ସ୍ମୃତି ମନେ ପକାଉଛି ଗାଁ ମାଟି, ଝୁରୁଛନ୍ତି ସାଙ୍ଗସାଥୀ । ମା ଆଖିରୁ ଲୁହ ଶୁଖୁନି ଏବଂ ସ୍ତ୍ରୀ ପାଟିରୁ କଥା ବାହାରୁନି । ଏଭଳି ପରିସ୍ଥିତିରେ ଜୁଳୁ ଜୁଳୁ କରି ଚାହିଁ ରହିଛି ୩ ମାସର ଝିଅ । ଆଜି ବି ଘରେ ପଡି ରହିଛି ବିବାହ ମୁକୁଟ । ବିବାହ ବାର୍ଷିକୀ ଓ ଶୁଦ୍ଧି କ୍ରିୟା ମଧ୍ୟରେ ମାତ୍ର ଗୋଟିଏ ଦିନର ଅନ୍ତର… ।

Get real time updates directly on you device, subscribe now.