fbpx

OSSC ପ୍ରଶ୍ନପତ୍ରରେ ବିଭ୍ରାଟ; ଓଡିଆରେ ଲେଖାଯାଇଥିବା ପ୍ରଶ୍ନ ବୁଝିପାରିଲେନି ପରୀକ୍ଷାର୍ଥୀ

ଭୁବନେଶ୍ୱର: ରାଜ୍ୟରେ ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ଓଡିଆ ଭାଷାରେ ଆସିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରୀକ୍ଷାର୍ଥୀ ମଧ୍ୟ ସେହି ହିସାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେବା ପାଇଁ ଆସିଥିଲେ । ଓଡିଆ ଭାଷା ଶୁଣି ସମସ୍ତଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ପରୀକ୍ଷା ହଲରେ ଓଡିଆ ପ୍ରଶ୍ନକୁ ଦେଖିବା ମାତ୍ରେ ପରିସ୍ଥିତି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ପ୍ରଶ୍ନପତ୍ରରେ ଲେଖାଯାଇଥିବା ପ୍ରଶ୍ନ ଗୁଡିକ ସମସ୍ତ ଓଡିଆ ଭାଷାରେ ଥିଲା । ତେଣୁ ପରୀକ୍ଷାର୍ଥୀମାନେ ତାକୁ ବୁଝି ପାରିନଥିଲେ । ପ୍ରଶ୍ନପତ୍ରର ଶବ୍ଦ ଗୁଡିକ ଠିକ ନଥିଲା, ତେଣୁ ପରୀକ୍ଷାର୍ଥୀଙ୍କୁ ବାକ୍ୟ ବୁଝିବା କଷ୍ଟର ହୋଇପଡିଥିଲା । କେଉଁଠି ‘ପାଖରେ’ ସ୍ଥାନରେ ‘ପାଖର’ ହୋଯାଇଥିଲା ତ କେଉଁଠି ‘ଟଙ୍କା’ ବଦଳରେ ‘ଟଙକାର’ ହୋଇଯାଇଥିଲା । ଏଭଳି ପ୍ରଶ୍ନ ଦେଖି ସମସ୍ତେ ସମସ୍ତଙ୍କ ମୁହଁ ଚାହିଁଥିଲେ । ଏହାର ସମାଧାନ ମଧ୍ୟ କେହି କରିପାରି ନ ଥିଲେ । ଏପରି ଭୁଲକୁ ସୁଧାରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି କହି ସମସ୍ତେ ନିଜ ମୁଣ୍ଡରୁ ଦୋଷ ହଟାଇ ଦେଇଥିଲେ ।

ଅନ୍ୟପଟେ ଏହି ପ୍ରଶ୍ନପତ୍ରକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ସମସ୍ତ ଶିକ୍ଷାବିତ୍ ମାନେ ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା କଥା ହେଲା, ଓଡିଆ ଭାଷାକୁ ନେଇ ସର୍ବଦା ବିବାଦ ଦେଖାଯାଉଛି । ଓଡିଶାରେ ଏପରି କିଛି କର୍ମଚାରୀ ଅଛନ୍ତି ଯେଉଁମାନେ ଓଡିଆ ଭାଷାକୁ ଠିକ୍ ଭାବେ ଲେଖି ପାରୁନାହାନ୍ତି । ପିଲାଙ୍କ ଭବିଷ୍ୟତ ଏଥିରେ ବଳି ପଡିଯାଉଛି । ସେଥିପାଇଁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଓଏସଏସସି ଦ୍ୱାରା ଏହି ପରୀକ୍ଷା ପରିଚାଳିତ ହେଉଥିଲେ ମଧ୍ୟ ସଂସ୍ଥାର କୌଣସି ଅଧିକାରୀ ଏହି କାମକୁ ତଦାରଖ କରୁନାହାନ୍ତି । ଯେଉଁଥିପାଇଁ ପ୍ରଶ୍ନରେ ଭୁଲ୍ ଲେଖାଯାଇଛି ।

Get real time updates directly on you device, subscribe now.