fbpx

ରାହୁଲ ଗାନ୍ଧିଙ୍କର ମ୍ୟାରେଜ୍ ହୋଇଗଲା? ଏଇ ବିଜ୍ଞାପନକୁ ଥରେ ଦେଖନ୍ତୁ

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ନୂଆଦିଲ୍ଲୀ ସ୍ଥିତ ୧୨ ତୁଗଲକ ଲେନ ସରକାର ବଙ୍ଗଳା ଛାଡ଼ିଥିଲେ । ମୋଦୀ ସରନେମ ମାମଲାରେ ରାହୁଲଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା । ଏହି ମାମଲାରେ ଆଗକୁ ରାହୁଲ ହାଇକୋର୍ଟରେ ଆବେଦନ କରିପାରନ୍ତି । ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ରାହୁଲ ଏବେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ।

ତେବେ ଏହା ମଧ୍ୟରେ ରାହୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ୫୨ ବର୍ଷୀୟ ରାହୁଲଙ୍କୁ କଂଗ୍ରେସର ଯୁବରାଜ କୁହାଯିବା ସହ ସେ ଏବେ ବି ମୋଷ୍ଟ ଏଲିଜିବଲ ବ୍ୟାଚେଲର ହୋଇ ରହିଛନ୍ତି । ଅର୍ଥାତ ଆଜି ପର୍ଯ୍ୟନ୍ତ ରାହୁଲ ବିବାହ କରିନାହାନ୍ତି । ତାଙ୍କର ବିବାହକୁ ନେଇ ଅନେକ ସମୟରେ ବଡ଼ଧରଣର ଚର୍ଚ୍ଚା ମଧ୍ୟ ହୋଇଥାଏ । ତେବେ ନିକଟରେ ଏକ ସ୍ଥାନୀୟ ଗଣମାଧ୍ୟମରେ ରାହୁଲଙ୍କର ଏକ ବିଜ୍ଞାପନ ପ୍ରକାଶ ପାଇଛି । ‘ୱେଡିଂ ରିସେନପସନ ଇନଭିଟେସନ’ ଲେଖାଥିବା ଏହି ବିଜ୍ଞାପନକୁ ଦେଖି ଏବେ ସମସ୍ତେ ଚକିତ ହୋଇଯାଇଛନ୍ତି ।

ରାହୁଲ କ’ଣ ଏହା ମଧ୍ୟରେ ମ୍ୟାରେଜ କରିନେଲେ ବୋଲି ସମସ୍ତଙ୍କ ମନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖବରକାଗଜରେ ପ୍ରକାଶ ପାଇଥିବା ଏହି ବିଜ୍ଞାପନକୁ ଦେଖିବା ପରେ ଯେ କେହି ବି ଭ୍ରମରେ ପଡ଼ିବା ସ୍ୱାଭାବିକ । ରାହୁଲଙ୍କ ହସହସ ଭରା ଫଟୋ ଆଉ କ୍ୟାପସନକୁ ଦେଖିଲେ ଲାଗୁଛି ସତେ ଯେମିତି ରିସେପନକୁ ନିମନ୍ତ୍ରଣ କରାଯାଉଛି । ତେବେ ବାସ୍ତବ କଥା ହେଉଛି, ତାମିଲନାଡ଼ୁ କଂଗ୍ରେସର ଜଣେ ନେତା କେ.ଏସ ଆଲାଗିରି ତାଙ୍କର କନ୍ୟାଙ୍କର ବିବାହର ରିସେପସନ ପାଇଁ ମୋଟ ୪ ପେଜର ବିଜ୍ଞାପନ ଦେଇଛନ୍ତି । ଏହି ୪ ପେଜରେ ରାହୁଲ, ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କାମରାଜଙ୍କ ଫଟୋ ପ୍ରକାଶ ପାଇଛି ।

Get real time updates directly on you device, subscribe now.