fbpx

ଖୁସି ଖବର; ରାସନ କାର୍ଡ ଥିଲେ ଆକାଉଣ୍ଟକୁ ସରକାର ପଠାଇବେ ଟଙ୍କା: ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ରାସନ କାର୍ଡଧାରୀମାନଙ୍କ ପାଇଁ ଏକ ବଡ ଘୋଷଣା କରାଯାଇଛି । ନୂଆ ଆର୍ଥିକ ବର୍ଷରେ ଏଣିକି ସରକାରଙ୍କ ତରଫରୁ କାର୍ଡ ଧାରକମାନଙ୍କୁ ଆଉ ଏକ ସୁବିଧା ଯୋଗାଇ ଦିଆଯିବ । ଅନ୍ତୋଦୟ ରାସନ କାର୍ଡ ଥିବା ଉପଭୋକ୍ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର । ଚଳିତ ଆର୍ଥିକ ବର୍ଷରେ ୩ ଥର ରାସନ କାର୍ଡଧାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ଚଳିତବର୍ଷ ମଧ୍ୟ ଅନ୍ତୋଦୟ ରାସନ କାର୍ଡ ଉପଭୋକ୍ତାଙ୍କୁ ୩ଟି ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ । ତେବେ ଏହି ଯୋଜନା ଅଧୀନରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ପ୍ରଥମ ସିଲିଣ୍ଡର ମିଳିବାକୁ ଥିବା ବେଳେ ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଦ୍ୱିତୀୟ ଏବଂ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ତୃତୀୟ ସିଲିଣ୍ଡର ମାଗଣା ଯୋଗାଇଦେବେ ସରକାର । ତେବେ ପୂର୍ବ ଭଳି ସିଲିଣ୍ଡର ଆଣିବା ସମୟରେ ଉପଭୋକ୍ତା ଟଙ୍କା ପୈଠ କରିବେ । ଏହାପରେ ସେମାନଙ୍କ ଆକାଉଣ୍ଟକୁ ସରକାରଙ୍କ ତରଫରୁ ଟଙ୍କା ପଠାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ଏଥିପାଇଁ ବିଭିନ୍ନ ଜିଲ୍ଲାର କାର୍ଡଧାରୀମାନଙ୍କୁ ଚିହ୍ନଟ କରାଯାଇଛି । ଏହି ଯୋଜନାରେ ନିଜକୁ ସାମିଲ କରିବାକୁ ହେଲେ ଆବଶ୍ୟକୀୟ ଡକୁମେଣ୍ଟ ସହ ଗ୍ୟାସ ଏଜେନ୍ସିରେ ସିଲିଣ୍ଡରର ଟଙ୍କା ଜମା କରନ୍ତୁ ।

ତେବେ ଏହି ଯୋଜନାର ଏକ ସର୍ତ୍ତ ହେଉଛି, ଯଦି କାର୍ଡଧାରୀ ୪ ମାସ ମଧ୍ୟରେ ନିଜର ସିଲିଣ୍ଡର ରିଫିଲ ନ କରିବେ, ତେବେ ଗ୍ରାହକଙ୍କ ନିଶୁଳ୍କ କୋଟା ଶେଷ ହୋଇଯିବ । ତେବେ ଯଦି କୌଣସି ଅନ୍ତୋଦୟ ରାସନ କାର୍ଡଧାରୀଙ୍କ ନିକଟରେ ଗ୍ୟାସ କନକ୍ସେନ ନାହିଁ, ତେବେ ତାଙ୍କୁ ଗ୍ୟାସ କନେକ୍ସନ ନେବାକୁ ପଡିବ । ତେବେ କନେକ୍ସନ ଥିଲେ ,ହାକୁ ରାସନ କାର୍ଡ ସହ ସଂଯୋଗ କରି ଏହି ସରକାରଙ୍କର ସୁବିଧା ପାଇପାରିବେ ।

Get real time updates directly on you device, subscribe now.