fbpx

କୃଷି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କ’ଣ ? ଗ୍ରାଉଣ୍ଡ ରିପୋର୍ଟ ପଢନ୍ତୁ

ନୂଆଦିଲ୍ଲୀ: ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଖରା ଆରମ୍ଭରୁ ମାର୍ଚ୍ଚ ମାସରେ ବର୍ଷା, ତା ପରେ ହିଟ୍ ୱେଭ୍ ଏବଂ ପୁଣି ବର୍ଷା ସମ୍ଭାବନା ଚା କୂଳକୁ ଅଥୟ କରିଛି । ଜଳବାୟୁ ପରିବର୍ତ୍ତନ ଭାରତୀୟ କୃଷି କ୍ଷେତ୍ର ଉପରେ ପ୍ରଭାବ ପକାଉଛି। ଦେଶର ବୃହତ୍ତମ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ‘ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ’ର ନିର୍ଦ୍ଦେଶକ ତଥା କୃଷି ବୈଜ୍ଞାନିକ ଅଶୋକ କୁମାର ସିଂ ସୂଚନା ଦେଇ କହିଛନ୍ତି ଯେ, ହିଟ୍ ୱେଭ୍ ଯୋଗୁଁ ଗହମ ଅମଳ କମିଛି । ସାଧାରଣ ତାପମାତ୍ରା ଠାରୁ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ହେଲେ ୫ ପ୍ରତିଶତ ଗହମ ଉତ୍ପାଦନ କମିବ । କିନ୍ତୁ ସ୍ଥିର ଜଳବାୟୁ ଏବଂ ଅନୁକୂଳ ସ୍ଥିତି ରହିଲେ ଗହମ ଉତ୍ପାଦନଚ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ହେବ ।

ପ୍ରଥମେ ଫେବୃଆରୀରେ ଗହମ ଫସଲ ଉପରେ ହାରାହାରି ତାପମାତ୍ରାର ପ୍ରଭାବ, ପରେ ମାର୍ଚ୍ଚରେ ବର୍ଷା ଏବଂ କୁଆପଥର ମାଡ । ଏହାକୁ ନେଇ ଚାଷୀ ଚିନ୍ତାରେ ଥିଲେ । ଏବେ ପୁଣି ପାଣିପାଗର ପରିବର୍ତ୍ତନ । ଚାଷୀଙ୍କ ଚିନ୍ତା ଆହୁରି ବଢିଯାଇଛି । ମାର୍ଚ୍ଚରେ ବର୍ଷା ଏବଂ କୁଆପଥର ମାଡ ଯୋଗୁଁ ଆନେକ ମାତ୍ରାରେ ଗହମ ଫସଲ ନଷ୍ଟ ହୋଇଛି । ୪୦ କିଲୋ ଗହମ ବଦଳରେ ୨୦ କିଲୋ ଗହମ ଅମଳ ହୋଇଛି ।

କୃଷି ବୈଜ୍ଞାନିକଙ୍କ କହିବାନୁସାରେ, ୨୦୨୨ ମସିହାରେ ମାର୍ଚ୍ଚ ୨୫ ରୁ ୨୮ ମଧ୍ୟରେ ଉଚ୍ଚ ତାପମାତ୍ରା ହେତୁ ଗହମ ଉତ୍ପାଦନ ୧୦୭.୭ ନିୟୁତ ଟନ୍ ଉତ୍ପାଦନ ହୋଇଥିଲା, କିନ୍ତୁ ୨୦୨୩ରେ ୫% ବୃଦ୍ଧି ହେବ ବୋଲି ଆଶା କରାଯାଉଛି । କିନ୍ତୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଗହମ ଉତ୍ପାଦନ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ ପଡିପାରେ, କାରଣ ଏହି ସମୟ ମଧ୍ୟରେ ଗହମ ଗ୍ରଷ୍ମ ଋତୁର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ୨୦୪୦ ମସିହା ପର୍ଯ୍ୟନ୍ତ ହିଟ୍ ୱେଭ୍ ଜାରି ରହିଲେ ଗହମ ଉତ୍ପାଦନ ଅନେକ ମାତ୍ରାରେ ହାସ ପାଇବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.