fbpx

ଡଗ୍ଆଉଟରେ ରୋହିତ ଅମ୍ପାୟାରଙ୍କ ସହ କ’ଣ କଥା ହୋଇଥିଲେ? IPLର ୧୦୦୦ତମ ମ୍ୟାଚ ଉପରେ ଫିକ୍ସିଂର ଆରୋପ

ନୂଆଦିଲ୍ଲୀ: ଆଇପିଏଲର ୧୦୦୦ତମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ରାଜସ୍ଥାନକୁ ହରାଇ ଏହି ଐତିହାସିକ ବିଜୟର ଅଧିକାରୀ ହୋଇଛି ରୋହିତ ସେନା । କିନ୍ତୁ ମୁମ୍ବାଇର ଏହି ବିଜୟ ବର୍ତ୍ତମାନ ପ୍ରଶ୍ନ ଘେରକୁ ଟାଣି ହୋଇ ଆସିଛି । ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଆସିଛି ସାଂଘାତିକ, ମ୍ୟାଚ ଫିକ୍ସିଂର ଅଭିଯୋଗ । ରାଜସ୍ଥାନ ବିପକ୍ଷରେ ଜିତିବା ପାଇଁ ରୋହିତ ଏହି ମ୍ୟାଚରେ ଫିକ୍ସିଂ କରିଥିବା ଆଲୋଚନା ହେଉଛି । ଡଗ୍-ଆଉଟରେ ଅମ୍ପାୟାରଙ୍କ ସହ ତାଙ୍କର ବାର୍ତ୍ତାଳାପ ଏହି ସନ୍ଦେହକୁ ଆହୁରି ବଢାଇ ଦେଉଥିବା ଦାବି ହୋଇଛି ।

ତେବେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ବର୍ତ୍ତମାନ ମ୍ୟାଚ ଫିକ୍ସିଂ କରିବାର ଅଭିଯୋଗ ଆଣିଛନ୍ତି ଜଣେ କ୍ରିକେଟ ଫ୍ୟାନ୍ । ମଇଦାନରେ କିଛି ଘଟିଥିବା ଘଟଣାକୁ କେନ୍ଦ୍ର କରି ସେ ଏହି ଆରୋପ ଲଗାଇଛନ୍ତି । ରାଜସ୍ଥାନର ଯଶସ୍ୱୀ ଜଏସ୍ୱାଲଙ୍କ ଧୂଆଁଦାର ଶତକ ସହ ୨୧୩ ରନର ବଡ ସ୍କୋରକୁ ହାସଲ କରିବାରେ ସଫଳ ହୋଇଛି ମୁମ୍ବାଇ । କିନ୍ତୁ ଶେଷ ଓଭର ମଧ୍ୟ ବର୍ତ୍ତମାନ ସନ୍ଦେହ ଘେରରେ । ଆସନ୍ତୁ ଜାଣିବା ମ୍ୟାଚର କେଉଁ ସବୁ ଘଟଣା ମ୍ୟାଚ ଫିକ୍ସିଂ ମାମଲାକୁ ଘନୀଭୂତ କରୁଛି ।

  • ରାଜସ୍ଥାନର ଶତକବୀର ଯଶସ୍ୱୀ ଜଏସ୍ୱାଲ ୬୨ ବଲରୁ ୧୬ ଚୌକା ଏବଂ ୮ ଛକା ସହ ୧୨୪ ରନର ଦମଦାର ପାଳି ଖେଳିଥିଲେ । ତେବେ ଏକ ଫୁଲ ଟସ୍ ବଲରେ ସେ ଆଉଟ ହୋଇଥିଲେ । କିନ୍ତୁ ଏହି ବଲ୍ ତାଙ୍କ ଅଣ୍ଟା ଉପରକୁ ରହିଥିଲା, ଯାହା ନିୟମ ଅନୁସାରେ, ନୋ ବଲ୍ ଘୋଷଣା ହେବା ଉଚିତ୍ । କିନ୍ତୁ ଅମ୍ପାୟାର ଏହାକୁ ଆଉଟ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଏହି ବଲକୁ ନେଇ ବିବାଦ ଆରମ୍ଭ ହୋଇଛି ।
  • ୨- ମ୍ୟାଚ ଭିତରେ ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ଡଗ୍-ଆଉଟରେ ଅମ୍ପାୟାରଙ୍କ ସହ କିଛି କଥା ହେଉଥିବାର ଦେଖିବାକୁ ମିଳିଥିଲା । ଯାହା ମ୍ୟାଚ ଫିକ୍ସିଂ ବିବାଦକୁ ଆହୁରି ଘନୀଭୂତ କରି ଦେଇଛି । ତେବେ ଏହି ଘଟଣାକୁ ନେଇ କିଛି ଫ୍ୟାନ୍ସ ରୋହିତଙ୍କ ଉପରେ ମ୍ୟାଚ ଫିକ୍ସିଙ୍ଗର ଆରୋପ ଲଗାଇଛନ୍ତି । ମ୍ୟାଚ ପୂର୍ବରୁ ହିଁ ରୋହିତ ଏହାକୁ ଫିକ୍ସିଙ୍ଗ କରି ଜିତି ନେଇଛନ୍ତି ବୋଲି କୁହାଯାଉଛି ।
  • ୩- ଶେଷ ଓଭରରେ ମୁମ୍ବାଇକୁ ୧୭ ରନ ଆବଶ୍ୟକ ଥିବା ବେଳେ ଜାସନ ହୋଲ୍ଡରଙ୍କ ପ୍ରଥମ ୩ଟି ବଲରେ ୩ଟି ଛକା ମାରି ମୁମ୍ବାଇକୁ ବିଜୟୀ କରାଇଥିଲେ ଟିମ ଡାଭିଡ । ତେବେ ଏହି ତିନୋଟିଯାକ ବଲ୍ ଫୁଲଟସ୍ ଥିଲା । ତେବେ ମ୍ୟାଚ ପରେ ଜାସନ ହୋଲ୍ଡର ଏକ ଦମ୍ ଶାନ୍ତ ନଜର ଆସିଥିଲେ । କିନ୍ତୁ ସେ ଅନ୍ୟ ସମୟରେ ପ୍ରତ୍ୟେକ ପୁହୂର୍ତ୍ତରେ ପ୍ରତିକ୍ରିୟା ଦେଉଥିବା ଦେଖା ଦେଇଥାଏ । ଏହି ମ୍ୟାଚରେ ତାଙ୍କର ଏହି ଆଚରଣ ସମସ୍ତଙ୍କୁ ସନ୍ଦେହରେ ପକାଇ ଦେଇଛି ।
  • ୪- ଏହି ମ୍ୟାଚରେ ଅମ୍ପାୟାର ଏବଂ ମୁମ୍ବାଇର ବୋଲର କୁମାର କାର୍ତ୍ତିକେୟଙ୍କ ଜୋତାର ରଭ୍ଗ ସମାନ ଏବଂ ଡିଜାଇନ ମଧ୍ୟ ପାଖାପାଖି ରହିଥିଲା । ଯାହା ଶ୍ରୀସନ୍ଥଙ୍କ ରୁମାଲ ଘଟଣାକୁ ମନେ ପକାଇ ଦେଇଛି । ତେଣୁ ଏହାକୁ ନେଇ ମଧ୍ୟ ଫ୍ୟାନ୍ସମାନେ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.