fbpx

ବଡ ଖୁସି ଖବର, ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ ମହିଳା: ରେଳବାଇ ଆଣୁଛି ନୂଆ ନିୟମ

ନୂଆଦିଲ୍ଲୀ: ଭାରତୀୟ ରେଳ ତରଫରୁ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ବିଶେଷ କରି ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କ ପାଇଁ ଖାସ୍ ସୁବିଧା ପ୍ରଦାନ କରୁଛି ରେଲୱେ । ତେବେ ବର୍ତ୍ତମାନ ମଧ୍ୟ ରେଳବାଇ ତରଫରୁ ଏକ ନୂଆ ନିୟମ ଲାଗୁ କରାଯାଇଛି । ଯେଉଁଥିରେ ମହିଳାମାନେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିପାରିବେ । ଏହାସହିତ ମହିଳାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ନାହିଁ ।

ଭାରତୀୟ ରେଲୱେର ନୂଆ ନିୟମ ଅନୁସାରେ, ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ମହିଳାଙ୍କ ନିକଟରେ ଟିକେଟ ନଥାଏ, ତେବେ ତାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇ ପାରିବ ନାହିଁ । ଅନେକ ସମୟରେ ମହିଳା ଯାତ୍ରୀ ବ୍ୟସ୍ତ ହୋଇ ଟ୍ରେନରେ ଚଢିଥାନ୍ତି ଏବଂ ଯାତ୍ରା କରିଥାନ୍ତି । ଯେଉଁଥିପାଇଁ ସେମାନେ ଟିକେଟ ନେଇପାରନ୍ତି ନାହିଁ । ତେବେ ଏପରି ପରିସ୍ତିତିରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ସମ୍ପୃକ୍ତ ମହିଳାଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯିବ ନାହିଁ ବୋଲି କହିଛି ଭାରତୀୟ ରେଳ ।

ତେବେ ଏପରି ସ୍ଥିତି ପାଇଁ ଅନେକ ସରଳ ନିୟମ ଲାଗୁ କରାଯାଇଛି । ନିୟମ ଅନୁସାରେ, ଯଦି କୌଣସି ଏକାକିନୀ ମହିଳା କିମ୍ବା ପିଲା ରାତ୍ରି ସମୟରେ ଟ୍ରେନରେ ବିନା ଟିକେଟରେ ଯାତ୍ରା କରନ୍ତି, ତେବେ ଟିଟିଇ ତାଙ୍କୁ ଟ୍ରେନରୁ ବାହାର କରିପାରିବେ ନାହିଁ । ଏମିତି ହେଲେ, ସମ୍ପୃକ୍ତ ମହିଳା ରେଲୱେ ଅଥରିଟିକୁ ଟିଟିଙ୍କ ବିରୋଧରେ ଅଭିଯୋଗ କରିପାରିବେ । ଭାରତୀୟ ରେଲୱେରେ ମହିଳା ଯାତ୍ରୀଙ୍କୁ ଅନେକ ଅଧିକାର ଦିଆଯାଇଛି । ଏହାଦ୍ୱାରା ଯାତ୍ରା ସମୟରେ ହେଉଥିବା ଅନେକ ସମସ୍ୟାର ସମାଧାନ କରିପାରିବେ ମହିଳା ।

ରେଲୱେର ଆଉ ଏକ ନିୟମ ହେଉଛି, ଶୋଇ ରହିଥିବା ରାତି ସମୟରେ କୌଣସି ଯାତ୍ରୀଙ୍କୁ ଟିଟିଇ ନିଦରୁ ଉଠାଇ ଟିକେଟ ମାଗି ପାରିବେ ନାହିଁ । ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଶାନ୍ତିରେ ଶୋଇ ପାରିବେ । ତେବେ ରାତିରେ ଟ୍ରେନକୁ ଚଢିଥିବା ଯାତ୍ରୀଙ୍କ ପକ୍ଷରେ ଏହି ନିୟମ ଲାଗୁ କରାଯାଇ ପାରିବ ନାହିଁ ।

Get real time updates directly on you device, subscribe now.