fbpx

(Video) ଜୟ ଶ୍ରୀରାମ…ଶେଷ ହେଲା ପ୍ରତୀକ୍ଷା, ‘ଆଦିପୁରୁଷ’ର ଟ୍ରେଲର ରିଲିଜରେ କମ୍ପୁଛି ମାହୋଲ

ମୁମ୍ବାଇ: ବାହୁବଳୀ ଷ୍ଟାର ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ ‘ଆଦିପୁରୁଷ’କୁ ନେଇ ଦର୍ଶକଙ୍କ ମନରେ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ଏହି ସିନେମାକୁ ଥିଏଟରରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ପ୍ରଭାସଙ୍କ କୋଟି କୋଟି ଫ୍ୟାନ୍ସ । ତେବେ ଏହି ଅପେକ୍ଷା ଭିତରେ ଆଜି ରିଲିଜ ହୋଇଛି ‘ଆଦିପୁରୁଷ’ର ଟ୍ରେଲର । ଏଥିପାଇଁ ଥିଏଟରରେ ଏହାର ରିଲିଜ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ସିନେମାର ଟ୍ରେଲର ରିଲିଜ ସମୟରେ ସାରା ମାହୋଲ ଜୟ ଶ୍ରୀରାମ… ଜୟ ଶ୍ରୀରାମ… ଧ୍ୱନିରେ କମ୍ପି ଉଠିଛି । କାର୍ଯ୍ୟକ୍ରମରେ ସୁପରଷ୍ଟାର ପ୍ରଭାସ ଏବଂ କ୍ରିତି ସାନନ୍ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆସନ୍ତା ଜୁନ୍ ୧୬ ତାରିଖରେ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ଆଦିପୁରୁଷ’ ।

ପରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ଏହି ସିନେମାରେ ଶ୍ରୀରାମଙ୍କ ଭୂମିକାରେ ନଜର ଆସୁଛନ୍ତି ବାହୁବଳୀ ଫେମ୍ ପ୍ରଭାସ । ତାଙ୍କ ବ୍ୟତୀତ ମାତା ସୀତାଙ୍କ ଚରିତ୍ରରେ କ୍ରିତି ସାନନ୍ ରହିଥିବା ବେଳେ ସୈଫ ଅଲୀ ଖାନ୍ ଦଶାନନ ରାବଣ ଭୂମିକାରେ ନଜର ଆସିଛନ୍ତି । ଏହି ପିଲ୍ମକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହାର ଟ୍ରେଲର ରିଲିଜ ହେବା ପରେ ଦର୍ଶକ ଖୁବ ଉପଭୋଗ କରିଛନ୍ତି । ଟ୍ରେଲରକୁ ଲୋକମାନେ ଖୁବ ପସନ୍ଦ କରିଛନ୍ତି । ମାତ୍ର ୫ ମିନିଟରେ ଏହି ଟ୍ରେଲରକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି ।

ରିପୋର୍ଟ ଅନୁସାରେ, ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମାରେ ଏହା ସବୁଠୁ ବଡ ବଜେଟ ସିନେମା ବୋଲି କୁହାଯାଉଛି । ଏହାସହିତ ଏହି ସିନେମା ଭଲ ଆୟ କରିବ ବୋଲି ମଧ୍ୟ ଅନୁମାନ କରିଛନ୍ତି ପ୍ରଯୋଜକ । ବାହୁବଳୀ ଏବଂ ବାହୁବଳୀ-୨ ପରେ ପୁଣିଥରେ ବକ୍ସ ଅଫିସରେ ପ୍ରଭାସଙ୍କ ଯାଦୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.