ଜୁଲାଇ ୧ରୁ ଖୋଲିବ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର,୨ା୫(ଓଡ଼ିଶା ଭାସ୍କର): ଜୁଲାଇ ୧ରୁ ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ୍ ଖୋଲିବ ବୋଲି ସୂଚନା ମିଳିଛି । ଏହାସହ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୧ରୁ ଆରମ୍ଭ ହେବ ।  କିନ୍ତୁ ଅନ୍ୟପଟେ କରୋନା ମୁକାବିଲା ଲାଗି କିଛି ପରୀକ୍ଷା ହୋଇପାରିବ ନାହିଁ ।  ଶେଷ ସେମିଷ୍ଟରକୁ ବାଦ ଦେଇ ଅନ୍ୟ ପରୀକ୍ଷା ହେବନାହିଁ ।  ପୂର୍ବ ଇଣ୍ଟରନାଲ ପରୀକ୍ଷା ପ୍ରଦର୍ଶନକୁ ଦେଖି କ୍ଲାସ ପ୍ରମୋସନ ଦିଆଯିବ ।  ଚଳିତବର୍ଷ ବୈଷୟିକ ଶିକ୍ଷାନୁଷ୍ଠାନ ଫି ମଧ୍ୟ ବୃଦ୍ଧି ନକରିବାକୁ କୁହାଯାଇଛି ।  ଏନେଇ ଏଆଇସିଟିଇ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିପଡ଼ିଛି । ତେଣୁ ସତର୍କତା ଦୃଷ୍ଟିରୁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ବହୁ ପଦକ୍ଷେପ ନେଉଛନ୍ତି ।