fbpx

‘ମୋର ମୃତ୍ୟୁ ହୋଇଯାଇଥାନ୍ତା’; ଆଇପିଏଲ୍ ମଝିରେ ଆଶ୍ଚର୍ଯ୍ୟକର ଖୁଲାସା କଲେ ମହମ୍ମଦ ସିରାଜ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଭଲ ଫର୍ମରେ ଅଛନ୍ତି । ପ୍ରାରମ୍ଭିକ ଓଭରରେ ପ୍ରତିପକ୍ଷଙ୍କୁ ଝଟକା ଦେଇ ମୂଳଦୁଆ ଦୋହଲାଇ ଦେଉଛନ୍ତି । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ପାଇଁ ୧୨ ମ୍ୟାଚ୍ ଖେଳି ୧୬ ଉଇକେଟ୍ ଅମଳ କରିଛନ୍ତି । ଆଗକୁ ଦିନିକିଆ ବିଶ୍ୱକପ୍ ଆସୁଥିବାରୁ ଏହା ଭାରତ ପାଇଁ ଏକ ଭଲ ଖବର । ଏହାରି ମଧ୍ୟରେ ସିରାଜ ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ନିଜ ଜୀବନ ସହିତ ଜଡ଼ିତ ଏକ ବଡ଼ ଖୁଲାସା କରିଛନ୍ତି ।

ସିରାଜ କହିଛନ୍ତି ଯେ, ଯେଉଁ ସମୟରେ ସେ ୨୩ ବର୍ଷରୁ କମ୍ ଦଳରେ ସ୍ଥାନ ପାଇଥିଲେ, ସେହି ଗସ୍ତରେ କାରଣ ତାଙ୍କୁ ମାରାତ୍ମକ ଡେଙ୍ଗୁ ହୋଇଯାଇଥିଲା, ଆଉ ସେ ମେଡିକାଲରେ ଆଡମିଟ୍ ଥିଲେ । ଏହି ସମୟରେ ତାଙ୍କର ବ୍ଲଡ୍ ସେଲ୍ ଖୁବ୍ ହ୍ରାସ ପାଇଥିଲା । ଏହି ସମୟର କଥାକୁ ମନେ ପକାଇ ସିରାଜ କହିଛନ୍ତି ଯେ, ସେ ସମୟରେ ସେ ଯଦି ମେଡିକାଲରେ ଆଡମିଟ୍ ହୋଇ ନଥାନ୍ତେ ସେ ବୋଧହୁଏ ଆଜି ଜିଭିତ ନଥାନ୍ତେ । ସେ ସମୟରେ ସେ ଟିମ୍ କୋଚଙ୍କୁ ମଧ୍ୟ ଏହି ବିଷୟରେ ସୂଚନା ଦେଇଥିଲେ । କିନ୍ତୁ କେହି ତାଙ୍କର ଏହି କଥାକୁ ବିଶ୍ୱାସ କରି ନଥିଲେ ।

Get real time updates directly on you device, subscribe now.