fbpx

ଇମ୍ରାନଙ୍କୁ ଫାଶୀ, ପ୍ରଧାନ ବିଚାରପତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ପାକିସ୍ତାନ ସଂସଦରେ ଉଠିଲା ଏମିତି ଦାବି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଭ୍କ ଗିରଫ ଦିନରୁ ଆଜି ପର୍ଯ୍ୟନ୍ତ ଦେଶରେ ବିବାଦ ଲାଗି ରହିଛି । ଜାମିନରେ ବାହାରିବା ପରେ ମଧ୍ୟ ଏହି ବିବାଦ ଥମିବାର ନାଁ ଧରୁନି । ତେବେ ବର୍ତ୍ତମାନ ଏହି ବିବାଦ ନୂଆ ମୋଡ ନେଇଛି । ପାକିସ୍ତାନର ପୂର୍ବ ପି.ଏମ ତଥା ପିଟିଆଇ ପ୍ରମୁଖ ଇମ୍ରାନ ଖାନଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ପାଇଁ ଦାବି ଜୋର ଧରିଛି । ଏହାସହିତ ପ୍ରଧାନ ବିଚାରପତିଙ୍କ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ନେବା ଦାବିରେ କମ୍ପି ଉଠିଛି ପାକିସ୍ତାନର ସଂସଦ ।

ରାଷ୍ଟ୍ରୀୟ ବିଧାନସଭାରେ ଶାସକ ମିଳିତ ମଞ୍ଚରେ ଆସିଫ ଅଲି ଜାରଦାରୀଙ୍କ ପାର୍ଟିର ସାଂସଦ ରାଜା ରିୟାଜ ଅହମ୍ମଦ ଖାନ ଇମ୍ରାନ ଖାନଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି । କିନ୍ତୁ ଏହା ନ କରି କୋର୍ଟରେ ଅତି ସମ୍ମାନର ସହ ତାଙ୍କୁ ସ୍ୱାଗତ କରାଯାଉଛି । ଏହାସହିତ ପାକିସ୍ତାନର ମୁଖ୍ୟ ନ୍ୟାୟାଧୀଶ ଜଷ୍ଟିସ ଉମର ଅତା ବନ୍ଦିୟାଲଙ୍କ ବିରୋଧରେ ମଧ୍ୟ ରେଫରେନ୍ସ ଦାୟର କରିବା ପାଇଁ ଏକ ସମିତି ଗଠନ କରିବାକୁ ନେଇ ପ୍ରସ୍ତାବ ଦିଆଯାଇଛି । ସେପଟେ ଇମ୍ରାନଙ୍କ ଜାମିନକୁ ନେଇ ପିଡିଏଢ଼ ସୁପ୍ରିମକୋର୍ଟ ସମ୍ମୁଖରେ କ୍ୟାମ୍ପ ଲଗାଇବା ସହ ଧାରଣା ପ୍ରଦର୍ଶନ କରିଛି ।

ତେବେ ଶାସକ ମିଳିତ ମଞ୍ଚ ପକ୍ଷରୁ ଇମ୍ରାନଙ୍କ ସମର୍ଥନ କରିଥିବାରୁ ନ୍ୟାୟପାଳିକା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ତେବେ ଶୁକ୍ରବାର ଏ ନେଇ ଘୋଷଣା କରାଯାଇଥିଲା ଯେ, ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନ୍ୟାୟିକ ସମର୍ଥନ ବିରୋଧରେ ସୁପ୍ରିମକୋର୍ଟ ସମ୍ମୁଖରେ ଧାରଣା ଦେବେ । ତେବେ ସୁପ୍ରିମକୋର୍ଟ ବାହାରେ ହେଉଥିବା ଏହି ‘ନାଟକ’ ମୁଖ୍ୟ ନ୍ୟାୟଧୀଶଙ୍କୁ ଡରାଇବା ପାଇଁ କରାଯାଉଛି ବୋଲି କହିଥିଲେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ । ସମ୍ବିଧାନ ଅନୁସାରେ ନ୍ୟାୟ ନ କରି ଚାପଗ୍ରସ୍ତ ହୋଇ ନିଷ୍ପତ୍ତି ନେବା ପାଇଁ ଏହି ପ୍ରଦର୍ଶନ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଏହି ପ୍ରଦର୍ଶନ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ରେକର୍ଡ କରାଯାଇଛି ।

Get real time updates directly on you device, subscribe now.