fbpx

ବଦଳିଗଲା ଭାରତୀୟ ମୁଦ୍ରା! ୮୧ କୋଟି ଟଙ୍କିଆ ନୋଟ ତିଆରି କଲେ ଅଶନୀର ଗ୍ରୋଭର, ନାହିଁ ଗାନ୍ଧୀଙ୍କ ଫଟୋ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ ଭାରତରେ ଏବେ ନୂଆ ଟଭ୍କା ପ୍ରଚଳିତ ହେଉଛି । ଏଥିରେ ୧୦୦, ୨୦୦, ୫୦୦ ଏବଂ ୨୦୦୦ଟଙ୍କିଆ ନୋଟ ମାର୍କେଟରେ ଉପଲବ୍ଧ ରହିଛି । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଆଉ ଏକ ନୋଟ ସାମନାକୁ ଆସିଛି । ଯାହାକୁ ନେଇ ଭାରତୀୟଙ୍କ ମନରେ ପୁଣିଥରେ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ ଘଟିଥିବା ନେଇ ଭୟ ଦେଖାଦେଇଛି । ସୋସିଆଲ ମିଡିଆରେ ଏବେ ୮୧ କୋଟି ଟଙ୍କିଆ ନୋଟ ଭାଇରାଲ ହେବା ପରେ ଏହା ଖୁବ ଚର୍ଚ୍ଚାରେ ରହିଛି । ଅନଲାଇନ ପେମେଣ୍ଟ ଆପ୍ ଭାରତ-ପେ’ ର କୋ-ଫାଉଣ୍ଡର ଅଶନୀର ଗ୍ରୋଭର ଏ ନେଇଖୁବ ଚର୍ଚ୍ଚାକୁ ଆସିଛନ୍ତି ।

ଭାରତ-ପେ ଏବଂ ଅଶନୀର ଗ୍ରୋଭର ମଧ୍ୟରେ ଏବେ ଲଢେଇ ଜୋର ଧରିଛି । ଭାରତ-ପେ’ ର ଅଭିଯୋଗ ପରେ ଅଶନୀର ଗ୍ରୋଭର ଏବଂ ପତ୍ନୀ ମାଧୁରୀ ଜୈନଙ୍କ ବିରୋଧରେ ୮୧ କୋଟି ଟଙ୍କାର ଠକାମୀ ମାମଲାରେ ଏଫଆଇଆର ରୁଜୁ ହୋଇଛି । ତେବେ ଏହି ମାମଲାରେ ଅଶନୀର ଗ୍ରୋଭର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଭାରତ ପେ’ ଚେୟାରମ୍ୟାନ ରଜନୀଶ କୁମାରଙ୍କୁ ଟାର୍ଗେଟ କରି ଏହି ୮୧ କୋଟି ଟଙ୍କିଆ ନୋଟ ଛାପିଛନ୍ତି ଅଶନୀର । ଆରବିଆଇ ଫର୍ମାଟରେ ଏକ ନୂଆ ନୋଟ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି । ତେବେ ଏହି ଫଟୋରେ ‘ରଜନୀଶ ବ୍ୟାଣ୍ଡ ଅଫ ଇଣ୍ଡିଆ’ ଲେଖା ଥିବା ଦେଖିବାକୁ ମିଳିଛି । ନକଲି ନୋଟର ଫଟୋ ସହ ସେ ଭାରତ ପେ’ କୁ ଟାର୍ଗେଟ କରିଛନ୍ତି ।

ଅଶନୀର ଗ୍ରୋଭର କହିଛନ୍ତି ଯେ, ଭାରତ-ପେ’ ଏକମାତ୍ର ଫିନଟେକ୍, ଯାହା ସୋସିଆଲ ମିଡିଆରେ କମେଣ୍ଟ ସେକ୍ସନକୁ ବନ୍ଦ କରି ରଖିଛି । ଅଶନୀର ଗ୍ରୋଭରଙ୍କର ଏହି ନକଲି ନୋଟର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ଥାଉ କି, ଭାରତୀୟ ମୁଦ୍ରାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।

Get real time updates directly on you device, subscribe now.