fbpx
BSKY SKY
BSKY SKY

ସେକ୍ସ ରାକେଟରେ ହିରୋଇନଙ୍କ ଲିଙ୍କ: ଦେହ ବେପାର ମାମଲାରେ ଅଭିନେତ୍ରୀ, ମଡେଲ ଗିରଫ

BSKY

ମୁମ୍ବାଇ: ସିନେ ଦୁନିଆ ଏବଂ ସେକ୍ସ ରାକେଟ ସହ କନେକ୍ସନକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏବେ ଏହି ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ଆଉ ଏକ ଘଟଣା । ମହାରାଷ୍ଟ୍ରର ପିମ୍ପରୀ-ଚିଞ୍ଚୱାଡ ଅଞ୍ଚଳରେ ପୋଲିସ ଏକ ବଡ ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି । ଏକ ଫାଇଭ ଷ୍ଟାର ହୋଟେଲରେ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲିଥିବା ବେଳେ ପୋଲିସ ଏଠାରେ ଚଢଉ କରିଛି । ତେବେ ଏହି ମାମଲାରେ ପୋଲିସ ଯୁବ ଅଭିନେତ୍ରୀ ଏବଂ ମଡେଲଙ୍କୁ ଗିରଫ କରିଥିବା ଜଣାଯାଇଛି ।

ସୂଚନା ଅନୁସାରେ, ପୋଲିସ ଘଟଣାସ୍ଥଳରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଏହାସହିତ ପ୍ରବୀର ପ୍ରକାଶ ମଜୁମଦାରକୁ ମଧ୍ୟ ପୋଲିସ ଗିରଫ କରିଛି । ସ୍ଥାନୀୟ ପୋଲିସର ମାନବ ସୁରକ୍ଷା ବିଭାଗ ପକ୍ଷରୁ ହୋଇଥିବା ଏହି ଚଢଉରେ ସମସ୍ତ ମାମଲାର ପର୍ଦ୍ଦାଫାଶ ହୋଇଛି । ଏହି ମାମଲା ନେଇ ପୋଲିସ ସୂଚନା ଦେଇଛି ଯେ, ଭୋଜପୁରୀ ସିନେମା ଇଣ୍ଡଷ୍ଟ୍ରିର ହିରୋଇନ ଏବଂ ମଡେଲିଙ୍ଗ କରୁଥିବା କିଛି ଯୁବତୀଙ୍କୁ ଟଙ୍କାର ଆଳ ଦେଖାଇ ଦେହ ବେପାରରେ ବ୍ୟବହାର କରାଯାଉଥିଲା । ତେବେ ଏହି ମାମଲାର ପର୍ଦ୍ଦାଫାଶ ପୋଲିସ ପାଇଁ ଏକ ବଡ ସଫଳତା ବୋଲି କହିଛି ଡିପାର୍ଟମେଣ୍ଟ ।

ଅଭିଯୁକ୍ତଙ୍କ ବିରୋଧରେ ଅଇପିସି ଧାରା ୩୭୦(୩), ୩୪ଅନୁଯାୟୀ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି । ତେବେ ଯୁବତୀଙ୍କୁ ପଚରାଉଚରା କରିବାରୁ ସେମାନେ ଭୋଜପୁରୀ ଅଭିନେତ୍ରୀ ବୋଲି ଜାଣିବାକୁ ମିଳିଛି । ତେବେ ଏହାପରେ ପୋଲିସ ମାମଲାକୁ ସଙ୍ଗୀନ ଭାବରେ ନେଇ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ଖୁବଶୀଘ୍ର ମାମଲାକୁ ସମାଧାନ କରିବ ବୋଲି ସୂଚନା ଦେଇଛି ପୋଲିସ ।

Get real time updates directly on you device, subscribe now.