fbpx

୧୨ ପ୍ରତିଶତରୁ ଅଧିକ ସୁଧ ମିଳୁଛି: କେଉଁଠି ନିବେଶ କରିବେ, ଦେଖନ୍ତୁ ୧୨ଟି SIP ଲିଷ୍ଟ

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ନିବେଶରେ, କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି । ତେବେ ଆପଣମାନେ ଯଦି ଅଧିକ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ବିକଳ୍ପ ଆସିଛି । ଆପଣମାନେ ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (ଏସଆଇପି) ମାଧ୍ୟମରେ ୧୨ ପ୍ରତିଶତରୁ ଅଧିକ ସୁଧ ପାଇ ପାରିବେ । ତେବେ ସେଥିପାଇଁ ଆପଣଙ୍କୁ କିଛି ଭଲ ମ୍ୟୁଚୁଆଣ୍ଡ ଫଣ୍ଡ ବାଛିବାକୁ ପଡ଼ିବ ।

୧- କାନାରା ବ୍ୟାଙ୍କ ରୋବୋକୋ ବ୍ଲୁଚିପ ଇକ୍ୱିଟି ଫଣ୍ଡର ଡାଇରେକ୍ଟ ପ୍ଲାନ ୧୪.୭୩ ପ୍ରତିଶତ ରିଟର୍ଣ୍ଣ ଦେଇଛି । ସେହିପରି ରେଗୁଲାର ପ୍ଲାନରେ ୫ ବର୍ଷରେ ୧୩.୧୫ ପ୍ରତିଶତ ସୁଧ ମିଳିଛି ।

୨- ନିପ୍ପନ ଇଣ୍ଡିଆ ଲାର୍ଜ କ୍ୟାପ ଫଣ୍ଡର ଡାଇରେକ୍ଟର ପ୍ଲାନରେ ୧୩.୫୨ ପ୍ରତିଶତ ରିଟର୍ଣ୍ଣ ମିଳିଥିବା ବେଳେ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୨.୫୫ ପ୍ରତିଶତ ରିଟର୍ଣ୍ଣ ମିଳିଛି ।

୩- ବଦୌଡ଼ା ବିଏନପି ପରିବାର ଲାର୍ଜ କ୍ୟାପ ଫଣ୍ଡର ଡାଇରେକ୍ଟ ପ୍ଲାନରେ ୧୩.୦୬ ପ୍ରତିଶତ ରିଟର୍ଣ୍ଣ ମିଳିଥିବା ବେଳେ ୫ ବର୍ଷରେ ରେଗୁଲାର ପ୍ଲାନରେ ୧୧.୭୨ ପ୍ରତିଶତ ସୁଧ ମିଳିଛି ।

୪- ଆଇଡିବିଆଇ ଇଣ୍ଡିଆ ଟପ ୧୦୦ ଇକ୍ୱିଟି ଫଣ୍ଡର ଡାଇରେକ୍ଟ ପ୍ଲାନରେ ୧୩.୧୮ ପ୍ରତିଶତ ରିଟର୍ଣ୍ଣ ମିଳିଥିବା ବେଳେ ୫ ବର୍ଷରେ ରେଗୁଲାର ପ୍ଲାନରେ ୧୧.୭୫ ପ୍ରତିଶତ ସୁଧ ମିଳିଛି ।

୫- କୋଟକ ବ୍ଲୁଚିପ ଫଣ୍ଡର ଡାଇରେକ୍ଟ ପ୍ଲାନରେ ୧୩.୦୩ ପ୍ରତିଶତ ଓ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୧.୭୧ ପ୍ରତିଶତ ରିଟର୍ଣ୍ଣ ମିଳିଛି ।

୬- ଏଡଲୱାଇସ ଲାର୍ଜ କ୍ୟାପର ଡାଇରେକ୍ଟ ପ୍ଲାନରେ ୧୨.୮୨ ପ୍ରତିଶତ ଓ ୫ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୧.୨୪ ପ୍ରତିଶତ ରିଟର୍ଣ୍ଣ ମିଳିଛି ।

୭- ଏଚଡିଏଫଏସି ଟପ ୧୦୦ ଫଣ୍ଡର ଡାଇରେକ୍ଟ ପ୍ଲାନରେ ୧୨.୩୮ ପ୍ରତିଶତ ଓ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୧.୭୧ ପ୍ରତିଶତ ରିଟର୍ଣ୍ଣ ମିଳିଛି ।

୮- ଆଇସିଆଇସିଆଇ ପ୍ରୁଡେନସିଆଲ ବ୍ଲୁଚିପ ଡାଇରେକ୍ଟ ପ୍ଲାନରେ ୧୨.୫୯ ପ୍ରତିଶତ ଓ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୧.୮୩ ପ୍ରତିଶତ ସୁଧ ମିଳିଛି ।

୯- ମିରେ ଏସେଟ ଲାର୍ଜ କ୍ୟାପ ଫଣ୍ଡର ଡାଇରେକ୍ଟ ପ୍ଲାନରେ ୧୨.୬୦ ପ୍ରତିଶତ ଓ ରେଗୁଲାର ପ୍ଲାନରେ ୫ ବର୍ଷରେ ୧୧.୪୨ ପ୍ରତିଶତ ସୁଧ ମିଳିଛି ।

୧୦- ସେହିପରି ଏସବିଆଇ ବ୍ଲୁଚିପ ଫଣ୍ଡ, ସୁନ୍ଦରମ ଲାର୍ଜ କ୍ୟାପ ଫଣ୍ଡ ଓ ଏକ୍ସିସ ବ୍ଲୁଚିପ ଫଣ୍ଡର ଡାଇରେକ୍ଟ ଓ ରେଗୁଲାର ଫଣ୍ଡରେ ମଧ୍ୟ ହାଇ ରିଟର୍ଣ୍ଣ ମିଳିଛି ।

Get real time updates directly on you device, subscribe now.