fbpx

ଶରୀରର ବହୁ ରୋଗକୁ ଦୂର କରିଥାଏ ଦହି

ଆମ ଶରୀର ପାଇଁ ଦହି ଅତ୍ୟନ୍ତ ଗୁଣକାରୀ ଭାବେ ପ୍ରମାଣିତ ହୋଇଛି । କିନ୍ତୁ ଏଥିରେ ଯଦି କିଛି ଜିନିଷକୁ ମିଶ୍ରଣ କରି ସେବନ କରାଯାଏ, ତେବେ ତାହା ବହୁ ରୋଗରୁ ଆମକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ୍, କ୍ୟାଲସିୟମ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଅନେକ ରୋଗରୁ ରକ୍ଷା କରିଥାଏ । ଖରାଦିନେ ଏହାକୁ ଆପଣ ନିଜ ଡାଇଟରେ ସାମିଲ କରନ୍ତୁ । ଦହିରେ ଚିନି, ଲୁଣ ବ୍ୟତିତ ଆପଣ ଆଉ କିଛି ସାମଗ୍ରୀ ମିଶ୍ର କରିପାରିବେ, ଯାହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

୧-ଦହିରେ କଳାଲୁଣ ସହ ଭଜା ଜିରାକୁ ମିଶାଇ ଖାଆନ୍ତୁ । ଏହା ଦ୍ୱାରା ଭୋକ ଲାଗିବା ସହ ହଜମ ପ୍ରକ୍ରିୟା ଟିକ୍ ହୋଇଥାଏ ।

୨-ଓଜନ କମାଇବାକୁ ଦହି ସହ କଳା ଲୁଣ ଓ କଳା ଲଙ୍କା ମିଶାଇ ଖାଇପାରନ୍ତି । ଏହା ଦ୍ୱାରା ଶରୀରର ଚର୍ବି ହ୍ରାସ ହୋଇଥାଏ ।

୩-ଦହିରେ ଚିନି ଓ ଶୁଖିଲା ଫଳ ମିଶାଇ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇଥାଏ । ଏହା ଶରୀରର ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ ।

୪-ଦହି ସହ କଦଳୀ ମିଶାଇ ଖାଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ଏହା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

Get real time updates directly on you device, subscribe now.