PPF Scheme : ଏହି ଲୋକ ପିପିଏଫ୍ ସ୍କିମ୍ ରେ ବିନିଯୋଗ କରନ୍ତୁ ନାହିଁ, ଟଙ୍କା ଅଟକି ଯାଇପାରେ!

ନୂଆଦିଲ୍ଲୀ : ଲୋକଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି ଯାହା ଦ୍ୱାରା ଲୋକମାନେ ଭଲ ସଞ୍ଚୟ କରିପାରିବେ ଏବଂ ଭଲ ରିଟର୍ଣ୍ଣ ପାଇପାରିବେ। ଏହି ଯୋଜନା ମାଧ୍ୟମରେ ସରକାର ଲୋକଙ୍କୁ ଭଲ ରିଟର୍ଣ୍ଣ ଦେବାକୁ ଚେଷ୍ଟା କରୁଛନ୍ତି। ଏଥି ସହିତ ଏହି ଯୋଜନାଗୁଡିକ ବିଭିନ୍ନ ଶ୍ରେଣୀ ଅନୁଯାୟୀ ବିଭକ୍ତୁ କରାଯାଇଛି । ପିପିଏପ୍ ସ୍କିମ୍ ମଧ୍ୟ ପିପିଏଫ୍ ମଧ୍ୟରୁ ଅନ୍ୟତମ । ପିପିଏଫ୍ ଅର୍ଥାତ୍ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ମାଧ୍ୟମରେ ନିବେଶକମାନେ ଅନେକ ସୁବିଧା ପାଆନ୍ତି । ତଥାପି ଏଥିରେ ବିନିଯୋଗ କରିବା ପୂର୍ବରୁ ସେମାନେ ମଧ୍ୟ କିଛି ଦିଗ ପ୍ରତି ଯତ୍ନବାନ୍ ହେବା ଉଚିତ୍ ।

ବାସ୍ତବରେ କିଛି ଲୋକ ଚାହାଁନ୍ତି ଯେ ଇନଭେଷ୍ଟମେଣ୍ଟରୁ ଶୀଘ୍ର ଲାଭବାନ ହେବେ ଏବଂ ଶୀଘ୍ର ରିଟର୍ଣ୍ଣ ପାଇବେ । ଆହୁରି ମଧ୍ୟ ଲୋକମାନେ ସେମାନଙ୍କର ନିବେଶ ଉପରେ କୌଣସି ଲକ୍-ଇନ୍ ପିରିୟଡ୍ ଚାହାଁନ୍ତି ନାହିଁ ଏବଂ ଯେତେବେଳେ ସେ ଚାହିଁବେ ନିଜ ଇନଭେଷ୍ଟମେଣ୍ଟକୁ ବ୍ୟବହାର କରିବାପରିବେ, ଏଭଳି ଭାବିଥାନ୍ତି । କିନ୍ତୁ ପିପିଏଫ୍ ସ୍କିମ୍ ରେ ଏହା ସମ୍ଭବ ନୁହେଁ । ପିପିଏଫ୍ ସ୍କିମରେ ଦୀର୍ଘ ସମୟ ପାଇଁ ବା ଲଙ୍ଗ ଟର୍ମ ପାଇଁ ବିନିଯୋଗ କରାଯାଏ ।

ଯଦି ପିପିଏଫ୍ ଯୋଜନାରେ କୌଣସି ଟଙ୍କା ବିନିଯୋଗ ହୁଏ, ତେବେ ତାହା ୧୫ ବର୍ଷ ପାଇଁ ଲକ୍ ହୋଇଯାଏ । ଏହି ଯୋଜନାରେ ମ୍ୟାଚୁରିଟି ସମୟ ୧୫ ବର୍ଷ । ତେଣୁ ୧୫ ପୂରଣ ହେବା ପରେ ପୂର୍ଣ୍ଣ ରାଶି ମିଳିବ । ଏପରି ପରିସ୍ଥିତିରେ, ଯେଉଁମାନେ ସ୍ୱଳ୍ପ ମିଆଦି ବିନିଯୋଗ ବିକଳ୍ପ ଖୋଜୁଛନ୍ତି, ସେହି ଲୋକଙ୍କ ପାଇଁ ସ୍କିମ୍ ନୁହେଁ ।

ଏପରି ପରିସ୍ଥିତିରେ ଏହି ଯୋଜନା ସେହି ଲୋକଙ୍କ ପାଇଁ କାମ କରିବ ନାହିଁ ଯେଉଁମାନେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ଟଙ୍କା ରଖିବାକୁ ଚାହୁଁନାହାଁନ୍ତି । ଆର୍ଥିକ ବର୍ଷରେ ଏହି ଯୋଜନାରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ବିନିଯୋଗ କରାଯାଇପାରିବ। ଏଭଳି ପରିସ୍ଥିତିରେ ଯଦି କେହି ଆର୍ଥିକ ବର୍ଷରେ ୧.୫ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହି ଯୋଜନାରେ ଏହା ସମ୍ଭବ ନୁହେଁ।