fbpx

ଖୁସି ଖବର! ରାସନ କାର୍ଡରେ ଡବଲ ଫାଇଦା: ଚାଉଳ-ଗହମ ସହ ଗ୍ରାହକଙ୍କୁ ଟଙ୍କା ଦେବେ ସରକାର

ନୂଆଦିଲ୍ଲୀ: ରାସନ କାର୍ଡଧାରୀ ମାନଙ୍କ ପାଇଁ ଏକ ବଡ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । ଏଣିକି କାର୍ଡରେ ମାଗଣା ରାସନ ସାମଗ୍ରୀ ସହିତ ଆକାଉଣ୍ଟକୁ ଆସିବ ଟଙ୍କା । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡ ହିତାଧିକାରୀମାନଙ୍କୁ ଅନେକ ସମୟରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଏ । ବର୍ତ୍ତମାନ ସରକାର ଦେଶବାସୀଙ୍କୁ ଟଙ୍କା ଟ୍ରାନ୍ସଫର କରିବାକୁ ଯାଉଛନ୍ତି । ତେବେ କିଛି ଲୋକମାନଙ୍କୁ ଏହାର ସୁବିଧା ମିଳିପାରିବ ।

ସୂଚନା ଅନୁସାରେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ତରଫରୁ ରାସନ କାର୍ଡଧାରୀ ଅନେକ ସୁବିଧା ପାଇଥାନ୍ତି । କିଛି ଦିନ ତଳେ ହରିୟାଣା ସରକାର ବିପିଏଲ କାର୍ଡଧାରୀମାନଙ୍କୁ ୨ ଲିଟର ମାଗଣା ସୋରିଶ ତେଲ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ଏହାବ୍ୟତୀତ ୨୦୨୧ ଜୁନରେ ତେଲଦର ବୃଦ୍ଧି ହେବାରୁ ଏହି ସେବା ବନ୍ଦ କରି ଦେଇଥିଲେ ସରକାର । ଏହା ପରିବର୍ତ୍ତେ କାର୍ଡଧାରୀଙ୍କୁ ମାସିକ ୨୫୦ ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା ହୋଇଥିଲା । ତେବେ ବର୍ତ୍ତମାନ ଏହି ରାଶିରେ ମଧ୍ୟ ବୃଦ୍ଧି କରିବା ପାଇଁ ଆଲୋଚନା ଜୋର ଧରିଛି । ଏଣିକି ୨୫୦ ଟଙ୍କା ବଦଳରେ ହିତାଧିକାରୀଙ୍କୁ ୩୦୦ ଟଙ୍କା ପ୍ରଦାନ କରିପାରନ୍ତି ହରିୟାଣା ସରକାର ।

ତେବେ ରାଜ୍ୟ ସରକାରଙ୍କ ଏହି ପରିବର୍ତ୍ତନର ଫାଇଦା କେବଳ ବିପିଏଲ ଏବଂ ଅନ୍ତୋଦୟ ରାସନ କାର୍ଡଧାରୀଙ୍କ ପାଇଁ ହିଁ ଉପଲବ୍ଧ ହୋଇପାରିବ । ଏହି କ୍ରମରେ ରାଜ୍ୟର ପ୍ରାୟ ୩୨ ଲକ୍ଷ ପରିବାର ଏହି ଟଙ୍କା ପାଇପାରିବେ । ଏହାସହିତ ଚଳିତବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା ରାସନ ଯୋଜନା ଅଧୀନରେ ମାଗଣା ଚାଉଳ ଏବଂ ଗହମ ଯୋଗାଣ ସେବା ଜାରି ରହିବ । ୨୦୨୩ ବର୍ଷରେ ମଧ୍ୟ ଏହି ସେବା ଜାରି ରଖିବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Get real time updates directly on you device, subscribe now.