fbpx

ଚାଷୀ ହେଲେ ମାଲାମାଲ, ସରକାର ଦେଲେ ୩ ଲକ୍ଷର ଉପହାର! ଏବେ ଆକାଉଣ୍ଟକୁ ଆସିବ ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ଅନେକ ସୁବିଧା ପ୍ରଦାନ କରାଯାଉଛି ଯଦି ଆପଣ ମଧ୍ୟ ଜଣେ ଚାଷୀ, ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ଯଦି ଆପଣ ୧୪ତମ କିସ୍ତି କୁ ଅପେକ୍ଷା କରିଛନ୍ତି, ତେବେ ଏହା ପୂର୍ବରୁ ଆପଣଙ୍କ ପାଇଁ ଆସିଛି ଏକ ଖୁସିଖବର । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ୩ ଲକ୍ଷ ଟଙ୍କା ମିଳୁଛି । ଯଦି ଆପଣ ଦେଶର ଜଣେ ଚାଷୀ, ତେବେ ଏହି ଟଙ୍କା ଆପଣ ମଧ୍ୟ ନେଦଇପାରିବେ । ସରକାର ଚାଷୀଙ୍କ ଆୟ ବଢ଼ାଇବା ପାଇଁ ସମୟ ସମୟରେ ଅନେକ ଯୋଜନା ଆରମ୍ଭ କରନ୍ତି । ଏବେ ନିର୍ବାଚନ ପୂର୍ବରୁ ସରକାର ଚାଷୀଙ୍କ ଆ୍ରକୁ ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ।

କ୍ରଡିଟ୍ କାର୍ଡର ମିଳିବ ଫାଇଦା:-
ଚାଷୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜବୁତ କରିବାକୁ ସରକାର ଏହି ଟଙ୍କା ଟ୍ରାନ୍ସଫର କରିବାକୁ ଯୋଜନା କରିଛନ୍ତି । ଆପଣ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଏହି ଟଙ୍କା ଉଠାଇପାରିବେ । କିଷାନ କାର୍ଡ ମାଧ୍ୟମରେ ଆପଣ ବିନା କୌଣସି ବନ୍ଧକରେ ୩ ଲକ୍ଷ ଟଙ୍କା ପାଇପାରିବେ । ଏହା ଉପରେ ଆପଣଙ୍କୁ ବହୁତ କମ୍ ସୁଧ ଦେବାକୁ ପଡ଼ିବ ।

କେସିସି କିପରି କରିବେ?
ଯଦି ଆପଣ କିଷାନ୍ କ୍ରେଡିଟ୍ କାର୍ଡ (କେସିସି) ପାଇବାକୁ ଆଗ୍ରହୀ, ତେବେ ଆପଣ ବ୍ୟାଙ୍କର ନିକଟତମ ବ୍ରାଞ୍ଚକୁ ଯାଇ ଆବେଦନ କରିପାରିବେ । ଆପଣଙ୍କୁ ଆକ୍ୟାକ ଡକ୍ୟୁମେଣ୍ଟ ଦାଖଲ କରିବା ସହ ଆବେଦନ ଫର୍ମ ପୂରଣ କରିବାକୁ ପଡ଼ିବ । ଫର୍ମ ପୂରଣ କରିବା ପରେ ସମସ୍ତ ଜରୁରୀ ଡକ୍ୟୁମେଣ୍ଟଗୁଡ଼ିକୁ ବ୍ୟାଙ୍କ ଅଧିକାରୀଙ୍କୁ ଦେବାକୁ ପଡ଼ିବ । କିଷାନ କ୍ରେଡିଟ୍ କାର୍ଡ(କେସିସି)ର ଆବେଦନ କରିବା ପାଇଁ ୨ ପାସପୋର୍ଟ ସାଇଜ୍ ଫଟୋ, ଆଧାର କାର୍ଡ ଆଦି ଜରୁରୀ । ଏହା ବ୍ୟତୀତ ବୁଣାଯାଇଥିବା ଫସଲ ବିଷୟରେ ସୂଚନା ମଧ୍ୟ ଦେବାକୁ ପଡିବ ।

୪ ପ୍ରତିଶତ ସୁଧ ଦେବାକୁ ପଡିବ :-
କିଷାନ କ୍ରେଡିଟ କାର୍ଡ ଯୋଜନାରେ ଦେଶର ଚାଷୀଙ୍କୁ ୭ ପ୍ରତିଶତ ସୁଧ ହାରରେ ଲୋନ୍ ଦିଆଯାଉଛି । ଯଦି ଋଣ ରାଶି ଚାଷୀଙ୍କ ଦ୍ୱାରା ଠିକ୍ ସମୟରେ ଫେରସ୍ତ କରାଯାଏ, ତେବେ ଚାଷୀଙ୍କୁ ସୁଧ ହାରରେ ୩ ପ୍ରତିଶତ ରିହାତି ଦିଆଯାଏ । ଅର୍ଥାତ୍ ଋଣ ରାଶି ଉପରେ କେବଳ ୪ ପ୍ରତିଶତ ସୁଧ ରହିଯିବ । ସରକାର ପ୍ରୟାସ କରିଛନ୍ତି ଯେ, ଆଗାମୀ ଦିନରେ ଦେଶର ସମସ୍ତ ପିଏମ କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡର ସୁବିଧା ଦିଆଯିବା ଉଚିତ ।

ଦିନକୁ ଦିନ ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଉଛି :-
ସରକାରଙ୍କ ଏକ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ୩ କୋଟିରୁ ଅଧିକ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନା ସହିତ ସଂଯୁକ୍ତ କରାଯାଇଛି । ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି । କିଷାନ୍ କ୍ରେଡିଟ୍ କାର୍ଡ ସ୍କିମ୍ ଅଧୀନରେ, ୧୮ ରୁ ୭୫ ବର୍ଷ ବୟସର ବ୍ୟକ୍ତି ଆବେଦନ କରିପାରିବେ । ଆଗାମୀ ଦିନରେ ସରକାର ଏହି ପରିମାଣକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି ।

Get real time updates directly on you device, subscribe now.