fbpx

ବିଜ୍ଞାପନ ନିୟମ ଉଲ୍ଲଂଘନ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷରେ ଏମଏସ ଧୋନି, ଭୁବନ ବାମ: ASCI

ନୂଆଦିଲ୍ଲୀ: ବିଜ୍ଞାପନ କରିବା ପାଇଁ ସରକାରଙ୍କ ନିୟମ ଭାଙ୍ଗିଛନ୍ତି ଦେଶର ବଡ଼ ବଡ଼ ସେଲିବ୍ରେଟି। ସରକାରଙ୍କ ସ୍ୱୟଂ ନିୟାମକ ସଂସ୍ଥା ASCI ବୁଧବାର ସୂଚନା ଦେଇଛି ଯେ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିଜ୍ଞପନ କରିବା ସମୟରେ ଆବଶ୍ୟକ ରିସର୍ଚ୍ଚ କରିନାହାନ୍ତି। ନିୟାମକ ସଂସ୍ଥା ସେଲିବ୍ରିଟିମାନଙ୍କର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ପୂର୍ବତନ ଭାରତୀୟ କ୍ରିକେଟର ଏମଏସ ଧୋନି ଏହି ତାଲିକାରେ ଶୀର୍ଷରେ ଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଧୋନିଙ୍କ ପରେ ହାସ୍ୟ ଅଭିନେତା ୟୁଟ୍ୟୁବର୍ ଭୁବନ ବାମ ରହିଛନ୍ତି।

ରିପୋର୍ଟ ଅନୁଯାୟୀ, ଗ୍ରାହକ ସୁରକ୍ଷା ଅଧିନିୟମ ଅନୁଯାୟୀ କୌଣସି ବିଜ୍ଞାପନ କରିବା ପୂର୍ବରୁ ସେଲିବ୍ରିଟିମାନେ ଆଇନଗତ ଭାବେ ଆବଶ୍ୟକ ରିସର୍ଚ୍ଚ କରିବା ଆବଶ୍ୟକ କରନ୍ତି, କିନ୍ତୁ ୯୭ ପ୍ରତିଶତ ମାମଲାରେ ସେମାନେ ଏହି ପ୍ରସଙ୍ଗରେ କୌଣସି ପ୍ରମାଣ ଦେବାରେ ବିଫଳ ହୋଇଥିଲେ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରେ କ୍ରିକେଟର ମହେନ୍ଦ୍ର ସିଂ ଧୋନି ୧୦ ଟି ଅଭିଯୋଗ ସହ ଆଗୁଆ ଅଛନ୍ତି। ତାଙ୍କ ବ୍ୟତୀତ, ବିଜ୍ଞାପନର ସର୍ତ୍ତଗୁଡିକ ପାଳନ ନକରିବା ପାଇଁ ୟୁଟ୍ୟୁବର ପ୍ରସିଦ୍ଧ ଭୁବନ ବାମଙ୍କ ବିରୋଧରେ ସାତୋଟି ମାମଲା ରହିଛି।

ରିପୋର୍ଟରେ କୁହାଯାଇଛି ଯେ ଖେଳ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟକ୍ତିଗତ ଯତ୍ନ ଉତ୍ପାଦ ସମ୍ବନ୍ଧୀୟ ବିଜ୍ଞାପନରେ ପ୍ରାୟ ଅର୍ଧେକ ଉଲ୍ଲଂଘନ ଦେଖିବାକୁ ମିଳିଥିଲା। ବିଜ୍ଞାପନ ଶିଳ୍ପର ଏହି ସଂଗଠନ ୨୦୨୨-୨୩ ଆର୍ଥିକ ବର୍ଷରେ ୮,୯୫୧ ଅଭିଯୋଗ ଗ୍ରହଣ କରିଥିଲା, ସେଥିମଧ୍ୟରୁ ଏହା ୭,୯୨୮ ବିଜ୍ଞାପନର ସମୀକ୍ଷା କରିଥିଲା। ବିଶେଷ କଥା ହେଉଛି ପ୍ରାୟ ତିନି-ଚତୁର୍ଥାଂଶ ବିଜ୍ଞାପନ ଡିଜିଟାଲ ମିଡିଆରେ ପ୍ରକାଶ ପାଇଛି। ବର୍ତମାନ ସମୟରେ ଡିଜିଟାଲ ମିଡିଆରେ ଏହିପରି ଆଇନ ଉଲ୍ଲଂଘନ ଅନଲାଇନ୍ ପ୍ଲାଟଫର୍ମରେ ଗ୍ରାହକଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ବଢ଼ିଛି ବୋଲି ASCI କହିଛି।

 

 

Get real time updates directly on you device, subscribe now.