fbpx

ନଗଦ ୫୩୫ କୋଟି ଟଙ୍କା ନେଇ ଯାଉଥିବା ବେଳେ ଖରାପ ହୋଇଗଲା ଟ୍ରକ, ଆଖପାଖରେ ଲୋକଙ୍କ ଭିଡ

ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ଏକ ଟ୍ରକ ୫୩୫ କୋଟି ଟଙ୍କା ନେଇକି ଯାଉଥିବା ବେଳେ, ରାସ୍ତାରେ ଗାଡି ଖରାପ ହୋଇଗଲା । ଏହି ମାମଲାର ସୂଚନା କ୍ରୋମପେଟ ପୋଲିସକୁ ମିଳିବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଛି । ପୋଲିସକୁ ଫୋନରେ କୁହାଯାଇଥିଲା ଯେ, ୫୩୫ କୋଟି ଟଙ୍କା କ୍ୟାସ ନେଇ ଯାଉଥିବା ବାହନ ବିଲ୍ଲୂପୂରମର ରାସ୍ତାରେ ଖରାପ ହୋଇଯାଇଛି । ଏଥିପାଇଁ ପୋଲିସ ସୁରକ୍ଷା ଆବଶ୍ୟକ ।

ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଁଚି ଟ୍ରକରେ ଥିବା ଲୋକଙ୍କ ଠାରୁ ସଂପୂର୍ଣ୍ଣ ମାମଲାର ସୂଚନା ନେଇଥିଲା । ଟ୍ରକକୁ ଦେଖି ରାସ୍ତାରେ ଲୋକମାନଙ୍କ ଭିଡ ମଧ୍ୟ ଲାଗିଥିଲା । ସେଠାରେ ସହାୟକ ଆୟୁକ୍ତ ଶ୍ରୀନିବାସନ ମଧ୍ୟ ପୋଲିସ ଟିମ ସହିତ ସେଠାରେ ପହଁଚିଥିଲେ । ସେ କହିଛନ୍ତି ଯେ, ଦୁଇଟି ଟ୍ରକ ଚେନ୍ନାଇରୁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ୟାସ ନେଇ ଯାଉଥିଲେ । ଏହାରି ମଧ୍ୟରେ ରାସ୍ତା ମଝିରେ ଟ୍ରକରୁ ଧୂଆଁ ବାହାରିବାକୁ ଲାଗିଲା, ତଦନ୍ତ ଦ୍ୱାରା ଜଣାପଡିଥିଲା ଯେ, ଟ୍ରକର ଗୋଟିଏ ଇଞ୍ଜିନ ଖରାପ ହୋଇଯାଇଛି । ଏହି ମାମଲାରେ ରାସ୍ତାରେ ଲୋକମାନଙ୍କ ଭିଡ ହୋଇଛି, ଯାହାଦ୍ୱାରା ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଭିଡ ମଧ୍ୟରେ ପୋଲିସ ଦୁଇଟି ଟ୍ରକକୁ ପାଖ ଖାଲିସ୍ଥାନକୁ ନେଇଯାଇ ମେକାନିକକୁ ଡକାଯାଇଥିଲା । ଟ୍ରକର ଇଞ୍ଜିନକୁ ମରାମତି କରାଗଲା ହେଲେ ଟ୍ରକ ଠିକ୍ ହୋଇପାରୁନି । ଶେଷରେ ଦୁଇଟି ଟ୍ରକକୁ ଅନ୍ୟ ବାହନ ସାହାଯ୍ୟରେ ଟଣାଯାଇ ରିଜର୍ଭ ବ୍ୟାଙ୍କ ପାଖକୁ ନିଆଯିବ ବୋଲି ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.