fbpx

ଆଗାମୀ ୫ ବର୍ଷ ଜଳିବ ଦୁନିଆ! ପୃଥିବୀରୁ ବର୍ଷିବ ‘ଅଗ୍ନି’, ତାପମାତ୍ରା ବୃଦ୍ଧି ନେଇ WMOର ସତର୍କ ସୂଚନା

ନୂଆଦିଲ୍ଲୀ: ଆସନ୍ତା ୫ ବର୍ଷରେ ବେଶ୍ୱିକ ତାପମାତ୍ରା ମାତ୍ରାଧିକ ପରିମାଣରେ ବୃଦ୍ଧି ହେବା ନେଇ ସମ୍ଭାବନା ଦେଖା ଦେଇଛି । ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଏବେ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଗରମ ହେବ ବୋଲି କୁହାଯାଉଛି । ଏହାବ୍ୟତୀତ ଏହି ୫ ବର୍ଷ ମଧ୍ୟରେ ଗୋଟିଏ ବର୍ଷର ତାପମାତ୍ରା ରେକର୍ଡ ସୃଷ୍ଟି କରିବ ବୋଲି ସତର୍କ ସୂୁଚନା ଜାରି ହୋଇଛି । ଏହି ବର୍ଷ ୨୦୧୬ର ତାପମାତ୍ରାକୁ ମଧ୍ୟ ପଛରେ ପକାଇ ପାରେ । ଏ ନେଇ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ମୌସୂମୀ ବିଜ୍ଞାନ ସଂଗଠନ(WMO- World Meteorological Organisation) ସୂଚନା ଜାରି କରିଛି ।

WMOର ସୂଚନା ଅନୁଯାୟୀ, ଆସନ୍ତା ୫ ବର୍ଷ ମଧ୍ୟରେ ତାତିର ପରିମାଣ ରେକର୍ଡ ସ୍ତରରେ ପହଞ୍ଚିପାରେ । ସଂଯୁକ୍ତ ରାଷ୍ଟ୍ର ଗ୍ରୀନହାଉସ ଗ୍ୟାସ ଏବଂ ଅଲ ନୀନୋରୁ ତାପମାତ୍ରା ବୃଦ୍ଧି ହେବାର ଚେତାବନୀ ଜାରି କରିଛି । ମୌସୂମୀ ସଂଗଠନର ମହାସଚିବ ପ୍ରଫେସର ପେଟେରୀ ତାଲସ କହିଛନ୍ତି ଯେ, ଏହି ୫ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜଳ ପ୍ରବନ୍ଧନ ଏବଂ ପର୍ଯ୍ୟାବରଣ ଉପରେ ନକରାତ୍ମକ ପ୍ରଭାବ ପଡିବ । ତେଣୁ ଏତିପାଇଁ ଦେଶବାସୀଙ୍କୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପେରିସ ଜଳବାୟୁ ଚୁକ୍ତିରେ ଯେଉଁ ଗ୍ଲୋବାଲ ତାପମାତ୍ରା ସେଟ୍ ହୋଇଥିଲା, ଏହା ସେହି ତାପମାତ୍ରାକୁ ମଧ୍ୟ ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି । ଆଗାମୀ ୨୦୨୩-୨୦୨୭ ମଧ୍ୟରେ ବାର୍ଷିକ ଗ୍ଲୋବାଲ ସରଫେସର ତାପମାତ୍ରା ୧.୫ଡିଗ୍ରୀ ସେଲସିୟସରୁ ଅଦିକ ହେବ ବୋଲି କହିଛି WMO ।

ଏହି ୫ ବର୍ଷରେ ପ୍ରତିବର୍ଷ ପାଇଁ ତାପମାତ୍ରାର ସୀମା ୧.୧ସି ରୁ ୧.୮ସି ରଖାଯାଇଛି । ତେବେ WMO ପାଇଁ ବିପଦ ଆହୁରି ବଢିତିବା କହିଛନ୍ତି ୟୁଏମ ବେଦର ଏଜେନ୍ସିର ମୁଖ୍ୟ ପେଟେରୀ ତାଲସ । ଏହାସହିତ ଆସନ୍ତା ଦିନରେ ଅଲ-ନୀନୋର ବିକାଶ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । ସୂଚନା ଅନୁସାରେ ଏହା ଜୁଲାଇ ସୁଦ୍ଧା ୬୦ ପ୍ରତିଶତ ଏବଂ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୮୦ ପ୍ରତିଶତରେ ପହଞ୍ଚିପାରେ ।

Get real time updates directly on you device, subscribe now.