fbpx

IPL Record Alert; ‘ବିରାଟ’ ରେକର୍ଡ ଭାଙ୍ଗିଲେ କିଙ୍ଗ କୋହଲି: ଐତିହାସିକ ଶତକ ସହିତ ପଛରେ ପଡିଲେ ବଡ ଖେଳାଳି

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଷ୍ଟାର ଖେଳାଳି ବିରାଟ କୋହଲି । ଏହାସହିତ ଆଇପିଏଲ କ୍ୟାରିୟରରେ ନିଜର ଷଷ୍ଠ ଶତକ ହାସଲ କରିଛନ୍ତି ବିରାଟ । ଏହି ମ୍ୟାଚରେ କୋହଲିଙ୍କ ବ୍ୟାଟରୁ ୬୩ ବଲରେ ୧୦୦ ରନର ଏକ ବିସ୍ପୋରକ ଇନିଂସ ଦେଖିବାକୁ ମିଳିଛି । ଯେଉଁଥିରେ ୨ଟି ଚୌକା ଏବଂ ୪ଟି ବିଶାଳ ଛକା ସାମିଲ ରହିଥିଲା । ତେବେ ଏହି ବିସ୍ଫୋରକ ଶତକ ସହ ଏକ ମହାରେକର୍ଡ ନିଜ ନାମରେ କରିଛନ୍ତି କିଙ୍ଗ କୋହଲି ।

ଆଇପିଏଲ ଇତିହାସରେ ଏଭଳି କାରନାମା କରିବାରେ କୋହଲି ଭାରତର ପ୍ରଥମ ଖେଳାଳି ପାଲଟିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ଷଷ୍ଠ ଶତକ ହାସଲ କରିଛନ୍ତି ବାଙ୍ଗାଲୋରର ଏହି ଷ୍ଟାର ଖେଳାଳି, ଯାହା ତାଙ୍କ କ୍ୟାରିୟରର ଷଷ୍ଠ ଶତକ ପାଲଟିଛି । ତେବେ ଏହାସହିତ ଆଇପିଏଲରେ ସର୍ବାଧିକ ଶତକ ହାସଲ କରିବାରେ ସେ ଭାରତର ପ୍ରଥମ ଖେଳାଳି ହୋଇଛନ୍ତି । କିନ୍ତୁ ଆଇପିଏଲରେ ଦ୍ୱିତୀୟ ଖେଳାଳି ଭାବରେ ସେ ଏହି କାରନାମା କରିଛନ୍ତି । ତେବେ ତାଙ୍କ ପୂର୍ବରୁ ଆରସିବିର ପୂର୍ବତନ ଓପନର ତଥା ୟୁନିଭର୍ସ ବସ୍ କ୍ରିସ ଗେଲ ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ରାଜସ୍ଥାନର ଓପନର ଜୋସ ବଟଲରଙ୍କ ନାମରେ ୫ଟି ଶତକ ରହିଛି । ସେହିପରି ଏହି ତାଲିକାରେ କେ.ଏଲ ରାହୁଲ, ଡାଭିଡ ୱାର୍ଣ୍ଣର ଏବଂ ସେନ୍ ୱାଟସନ ୪ଟି ଲେଖାଏଁ ଶତକ ଅର୍ଜନ କରିଛନ୍ତି ।

ତେବେ କୋହଲିଙ୍କର ସମୁଦାୟ ୬ଟି ଶତକ ମଧ୍ୟରୁ ୪ଟି ଶତକ ସେ ଗୋଟିଏ ବର୍ଷରେ ହାସଲ କରିଥିଲେ । ୨୦୧୬ ମସିହାରେ ୪ଟି ଦମଦାର ଶତକ ସହିତ ସେହି ସିଜନରେ ସର୍ବାଧିକ ୯୭୩ ରନ୍ କରି ଅରେଞ୍ଜ କ୍ୟାପ ହାସଲ କରିଥିଲେ ବିରାଟ । ତେବେ ବିରାଟ ସର୍ବାଧିକ ୨ଟି ଶତକ ଗୁଜୁରାଟ ଲାୟନ୍ସ ବିପକ୍ଷରେ ହାସଲ କରିଛନ୍ତି । ଏହାବ୍ୟତୀତ ରାଇଜିଙ୍ଗ ପୁଣେ ସୁପର ଜିଆଣ୍ଟସ, ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ଅର୍ଜନ କରିଛନ୍ତି କିଙ୍ଗ କୋହଲି । ବର୍ତ୍ତମାନ ଏହି ତାଲିକାରେ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟ ଯୋଡି ହୋଇଛି । ଏହାପୂର୍ବରୁ ସେ ୨୦୧୯ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ନିଜର ପଞ୍ଚମ ଶତକ ହାସଲ କରିଥିଲେ ।

ଏହାସହିତ ବିରାଟ ଆଇପିଏଲରେ ସର୍ବାଧିକ ସ୍କୋର କରିଥିବା ଖେଳାଳିମାନଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଆଜି ପର୍ଯ୍ୟନ୍ତ ଆଇପିଏଲରେ ସେ ମୋଟ ୭୧୬୨ ରନ୍ ସଂଗ୍ରହ କରି ସାରିଛନ୍ତି । ତେବେ ତାଙ୍କ ପରେ ଶିଖର ଧୱନ ୬୬୦୦ ରନ୍ କରିଥିବା ବେଳେ ଡାଭିଡ ୱାର୍ଣ୍ଣର ୬୩୧୧ ଏବଂ ରୋହିତ ଶର୍ମା ୬୧୩୬ ରନ୍ ହାସଲ କରିଛନ୍ତି । ଏହି ତାଲିକାରେ ୫୦୭୬ ରନ୍ ସହ ୭ ନମ୍ବରରେ ସ୍ଥାନ ପାଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଏମ.ଏସ ଧୋନୀ ।

Get real time updates directly on you device, subscribe now.