fbpx

ଓଲଟିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ବସ୍: ୫ ମୃତ, ୨୦ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କାର୍ଯ୍ୟକ୍ରମକୁ ଗ୍ରାମୀଣ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାର ଶିକାର ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବହୁ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି । ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଦୁଃଖ ପ୍ରକାଶ କରିଛନ୍ତି । କମଳନାଥ ଟୁଇଟ୍ କରି କହିଛନ୍ତି ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାରେ ଆୟୋଜିତ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଦ୍ୱାରା ୫ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଛି । ମୁଁ ଈଶ୍ୱରଙ୍କ ନିକଟରେ ମୃତକଙ୍କ ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା କରୁଛି । ଅନ୍ୟପକ୍ଷରେ ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି ଯେ, ଲଗାତର ତାଙ୍କ କାର୍ଯ୍ୟକ୍ରମରେ ବସ୍ ଦୁର୍ଘଟଣା କାହିଁକି ହେଉଛି ଓ ମଧ୍ୟପ୍ରଦେଶର ଗରିବ ଜନତା କାହିଁକି ଏହାର ଶିକାର ହେଉଛନ୍ତି । ଏହି ଦୁର୍ଘଟଣାକୁ ରୋକିବା ଲାଗି କୌଣସି ଉପାୟ କାହିଁକି ବାହାର କରାଯାଉ ନାହିଁ । ସରକାରୀ ଖର୍ଚ୍ଚରେ ନିଜର ପ୍ରଚାର ଲାଗି ଜନତାଙ୍କ ଦୁରୁପଯୋଗ କରିବା ଓ ସେମାନଙ୍କ ଜୀବନ ବିପଦରେ ପକାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ ପାପ ମଧ୍ୟ । କ୍ଷମତାରେ ଅନ୍ଧ ହୋଇ ନର ନାରାୟଣଙ୍କ ଅପମାନ ନ କରିବାକୁ ମୁଁ ପୁଣି ଥରେ ସରକାରଙ୍କୁ ଅନୁରୋଧ କରୁଛି ।

Get real time updates directly on you device, subscribe now.