fbpx

ଖାଲି ହୋଇଗଲାଣି ସରକାରୀ ରାଜକୋଷ: ଦିନକୁ ଆୟ ୧୩୦୦ କୋଟି ଡଲାର ଖର୍ଚ୍ଚ ହେଉଛି ୧୭୦୦ କୋଟି ଡଲାର, ଋଣ ସୀମା ନବଢିଲେ ଖିଲାପି ସୁନିଶ୍ଚିତ

ନୂଆଦିଲ୍ଲୀ: ଭୟଙ୍କର ଆର୍ଥିକ ସଙ୍କଟ ଆଡ଼କୁ ଅଗ୍ରସର ହେଉଛି ବିଶ୍ୱର ସର୍ବବୃହତ ଅର୍ଥନିତି ଆମେରିକା । ଉତ୍କଟ ଆର୍ଥିକ ସଙ୍କଟ ଦେଇ ବର୍ତ୍ତମାନ ଗତି କରୁଥିବା ବେଳେ ଋଣ ଖିଲାପି ହେବାର ଖୁବ ନିକଟରେ ରହିଛି । ଏଭଳି ସମୟରେ ଦେଶର ସ୍ଥିତି ବିଗିଡ଼ିବାକୁ ଲାଗିଲାଣି । ବର୍ତ୍ତମାନ ଆଉ ଏକ ଚିନ୍ତାର ବିଷୟ ପାଲଟିଛି ଦେଶର ଆୟ ଏବଂ ଖର୍ଚ୍ଚ । ଏବେ ଦୈନିକ ଆୟ ୧୩୦୦ କୋଟି ଡଲାର ଥିବା ବେଳେ ଖର୍ଚ୍ଚ ହେଉଛି ୧୭୦୦ କୋଟି ଡଲାର। ଏଭଳି ପରିସ୍ଥିତିରେ ସରକାରଙ୍କ ଖାତାରେ ମାତ୍ର ୪୯୦୦ କୋଟି ଡଲାର ରହିଛି ।

ସେହିପରି ଦେଶର ଟ୍ରେଜେରୀ କ୍ୟାସ୍ ବାଲାନ୍ସ ମଧ୍ୟ ଚଳିତ ସପ୍ତାହରେ ୨୦୦୦ କୋଟି ଡଲାର ହ୍ରାସ ପାଇଛି । ଅର୍ଥ ସଚିବ ଜାନେତ୍ ୟେଲେନ୍ ଚେତାବନୀ ଦେଇଛନ୍ତି ଯେ, ଯଦି ଜୁନ୍ ୧ ସୁଦ୍ଧା ଋଣ ଉଠାଣ ସିମା ବୃଦ୍ଧି ନକରାଯାଏ, ତେବେ ଦେଶ ପ୍ରଥମ ଥର ପାଇଁ ଋଣ ଖିଲାପି କରିବ ।

ଋଣ ସିମା ବୃଦ୍ଧି କରିବା ପାଇଁ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ ନେତା ମାନଙ୍କ ମଧ୍ୟରେ ଆଲୋଚନା ଚାଲିଛି । କିନ୍ତୁ ଏଯାଏଁ କୋଣସି ସୁଫଳ ମିଳିପାରି ନାହିଁ । ଏହାରି ମଧ୍ୟରେ ମୁଡିସ୍ ଠାରୁ ଆରମ୍ଭ କରି ଫିଚ୍ ପର୍ଯ୍ୟନ୍ତ ଏଜେନ୍ସୀ ଚେତାବନୀ ଦେଇ ସାରିଲେଣି । ଏହାଦ୍ୱାରା ଆମେରିକା ଅର୍ଥନୀତି ଗଭିର ଭାବେ ପ୍ରବାବିତ ହେବ ଏବଂ ଲୋକଙ୍କ ପାଇଁ ଋଣ ଦର ବଢିଯିବ । ଏହାକୁ ନଜରରେ ରଖି ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଏହାର ପ୍ରବାବ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପଡ଼ିବ ଏବଂ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାରେ ପଡ଼ିପାରେ ।

ସୂଚନାଯୋଗ୍ୟ ଆମେରିକାରେ ସରକାର ଋଣ ନେବା ପାଇଁ ଏକ ସୀମା ରହିଛି । ଯାହାକୁ ଡେଟ୍ ଲିମିଟ୍ ବୋଲି କୁହାଯାଏ । ଏହାଠାରୁ ସରକାର ଅଧିକ ଋଣ ନେଇ ପାରିବେ ନାହିଁ । ୧୯୬୦ ବର୍ତ୍ତମାନ ସୁଦ୍ଧା ଏହାକୁ ୭୮ ଥର ବୃଦ୍ଧି କରାଯାଇଛି । ଶେଷଥର ପାଇଁ ୨୦୨୧ ଡିସେମ୍ବରରେ ଏହା ବୃଦ୍ଧି ଯାଇ ୩୧.୪ ଲକ୍ଷ କୋଟି ହୋଇଥିଲା ।

Get real time updates directly on you device, subscribe now.