fbpx

କିପରି ବିତିବ ଆପଣଙ୍କ ଦିନ (୪ା୫ା୨୦୨୦, ସୋମବାର)

ମେଷ -ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତାର ସଂଗତିରୁ ହିଁ ଜଣାଯାଏ କୀ କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି
ବୃଷ -ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
ମିଥୁନ -ଆଜି ଆପଣ ଆଧ୍ୟାତ୍ମିକତା ଦ୍ୱାରା ପ୍ରଭାବିତ ହେବେ । ଆପଣ ଆଜି ଆପଣଙ୍କ ଅନ୍ତରକୁ ଚିହ୍ନିବାକୁ ଚାହିଁବେ । ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ଏହି କାମନାରୁ ଆଜି ଆପଣଙ୍କୁ ବହୁତ ଶାନ୍ତି ମିଳିବ । ଏତଦ୍ୱାରା ଆଜି ଆପଣଙ୍କ ପ୍ରତିଭା ବିକଶିତ ହେବ ।
କର୍କଟ -ଆପଣ ଭଗବାନଙ୍କ ସହ ନିଜ ସମ୍ପର୍କ ଜାଣିବାକୁ ଚାହିଁବେ,ଏତଦ୍ୱାରା ଆଜି ଆପଣଙ୍କୁ ଏହା ଜାଣିବାରେ ସାହାଯ୍ୟ ମିଳିବ ଯେ ଯାହା ଆଜି ଆପଣଙ୍କ ସହିତ ହେଉଛି ତାହା କାହିଁକି ହେଉଛି ଓ କେମିତି ଆଜି ଆପଣଙ୍କ ନିଜ ଜୀବନକୁ ଆହୁରି ସୁନ୍ଦର ମନେଇପାରିବେ ।
ସିଂହ-ଏହି ସମୟରେ ଆପଣ ଧର୍ମପ୍ରତି ଆକର୍ଷିତ ରହିବେ । ସମାଜସେବାରୁ ଆଜି ଆପଣଙ୍କୁ ଶାନ୍ତି ମିଳିବ । ବ୍ୟସ୍ତ ଜୀବନକୁ ଆରାମଦେବାରେ ଏହାହିଁ ଉଚିତ ସମୟ । ଆଜି ଆପଣଙ୍କ ପରିସ୍ଥିତି ଯାହା ହେଉ ମଧ୍ୟ ନିଜର ବିସ୍ୱାଶ ବନେଇ ରଖନ୍ତୁ ।
କନ୍ୟା-ଆଜି ଆପଣ ନିଜ ମନକୁ ପ୍ରାର୍ଥନା ଓ ଧ୍ୟାନରେ ଲଗାନ୍ତୁ ଓ ନିଜ ଭିତରେ ଶାନ୍ତି ଖୋଜିବାର ଚେଷ୍ଟା କରନ୍ତୁ । ଆପଣ ନିଜ ଅନ୍ତରାତ୍ମାର ରାସ୍ତାରେ ଚାଲିବାକୁ ଚାହାନ୍ତି ।
ତୁଳା -ଆଜି ଆଧ୍ୟାତ୍ମିକତା ପ୍ରତି ରୁଚି ଯୋଗୁଁ ଆପଣଙ୍କ ମନ କୌଣସି ତୀର୍ଥ ଯାତ୍ରା ଯିବାପାଇଁ ଚାହୁଁଛି । ନିଜର ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ । ଏହି ଯାତ୍ରା ଆପଣଙ୍କୁ ଶାନ୍ତ ଦେବ ଏବଂ ସଠିକ ମାର୍ଗ ଦେଖାଇବ ।

ବିଛା-ଆଜି ଆପଣଙ୍କ ମନ କୌଣସି ତୀର୍ଥ ଯାତ୍ରାରେ ଯିବାକୁ କହୁଛି । ଆଜି ଆପଣ ଦେବ କାର୍ଯ୍ୟରେ ମନ ନିବେଶ କରିବେ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱ ଚାହୁଁଛନ୍ତି । ଏହି ପଥରେ ଜୀବନ ଧାରା ନେଲେ ସୁଖ ଓ ଶାନ୍ତି ମିଳିବ
ଧନୁ -ଆଜି ଆପଣଙ୍କ ଆତ୍ମତ୍ଜ୍‌ଞାନ ଆଧ୍ୟାତ୍ମିକ ଦିଗରେ ତାହାର ଚରମ ସୀମାରେ ରହିବ । ସେଥିପାଇଁ ସମୟ ବାହାର କରି କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ । ଆଜିର ଦିନ ଲମ୍ବା ସମୟ । ଲକ୍ଷ୍ ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବା ପାଇଁ ବହୁତ ଭଲ ସମୟ ।
ମକର -ଆଜି ଆପଣଙ୍କର ଆତ୍ମତ୍ଜ୍‌ଞାନ ଅଧିକ ପରିମାଣରେ ଆଧ୍ୟାତ୍ମିକ ଦିଗରେ ରହିବ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱକୁ ଜାଣିପାରିବେ । ଆଜି ଆପଣ ଆତ୍ମ ବିଶ୍ଳେଷଣ କରିବେ ଏବଂ ଏଥିପାଇଁ ଏହା ନିଶ୍ଚୟ ସଠିକ ସମୟ ।
କୁମ୍ଭ -ଆଜି ଆପଣ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି କାରଣ ଆଜି କାଲି ଆପଣଙ୍କ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ବୃଦ୍ଧି ପାଇଛି ।ଏହା ଦ୍ୱାରା ଆପଣଙ୍କୁ ସୁଖ ଏବଂ ଆତ୍ମସନ୍ତୋଷ ମିଳିବ ।
ମୀନ -ଆଜି ଆପଣ ଏମିତି କାର୍ଯ୍ୟରେ ମନୋନିବେଶ କରିବେ ଯାହାକି ଆଧ୍ୟାତ୍ମିକ ସମ୍ପର୍କିତ । ଏହାଦ୍ୱାରା ଆପଣ ଖୁସି ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଏହା ଦ୍ୱାରା ଆପଣ ସଠିକ ମାର୍ଗ ଦର୍ଶନ ପାଇପାରନ୍ତି ଏବଂ ଏହାର ପୁରାଲାଭ ଉଠାନ୍ତୁ ।

Get real time updates directly on you device, subscribe now.