pre-wedding ସୁଟ୍ ରେ ସାପ ; ଭାଇରାଲ୍ ହେଉଛି ଏହି ଫଟୋ, ଲୋକେ କହୁଛନ୍ତି ‘ଓସ୍କାର ପାଇଁ ମନୋନୀତ ହେବା ଉଚିତ୍’….

ନୂଆଦିଲ୍ଲୀ: ବିବାହ ପୂର୍ବରୁ ଫଟୋ ସୁଟ୍ ବା ପ୍ରି ୱେଡିଂ ଫଟୋ ସୁଟ୍ ଆଜିକାଲି ଅତି ସାଧାରଣ ହୋଇଗଲାଣି । ଭିନ୍ନ ଭିନ୍ନ ଉପାୟରେ ଭାବି ଦମ୍ପତି ପ୍ରି ୱେଡିଂ ଫଟୋ ସୁଟ୍ କରିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ନିଆର ସ୍ଥାନ, ନିଆରା ଥିମ୍ ବା ବିଷୟବସ୍ତୁକୁ ନେଇ ଫଟୋ ସୁଟ୍ କରୁଛନ୍ତି । ଯେମିତିକି ପର୍ବତ କିମ୍ବା ସମୁଦ୍ର କୂଳ ଫଟୋ ସୁଟ୍ କରୁଛନ୍ତି । ଆଉ କିଛି ଭାବି ଦମ୍ପତି ଏଭଳି ଏକ ନିଆରା ଢଙ୍ଗରେ ଫଟୋ ସୁଟ୍ କରନ୍ତି ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରେ । ସେହିଭଳି ଏକ ଭାବି ଦମ୍ପତିଙ୍କର ନିଆର ଫଟୋ ସୁଟ୍ ‘ପ୍ରପ’ ଏବେ ଇଣ୍ଟରନେଟ୍ରେ ଚହଳ ସୃଷ୍ଟି କରୁଛି । ସେହି ଫଟୋ ପତି, ପତ୍ନୀ ଓ ୱୋ… । ଏଠାରେ ୱୋ.. ଅର୍ଥ ହେଉଛି ଏକ ସାପ । ଏକ ଭାବି ଦମ୍ପତି ସାପ ଥିମ୍ କୁ ନେଇ ପ୍ରି ୱେଡିଂ ଫଟୋ ସୁଟ୍ କରିଛନ୍ତି । ଜଣେ ଯୁବତୀ , ସାପ ଉଦ୍ଧାରକାରୀ ଓ ଏକ ସାପ ଏହି ଫଟୋ ସୁଟ୍ ର ବିଷୟବସ୍ତୁ ପାଲଟିଛି ।

ଏହାର କାହାଣୀ ହେଉଛି .. ଜଣେ ଯୁବତୀ ଓ ଜଣେ ଯୁବକଙ୍କ ମଧ୍ୟରେ ସାପ ପାଇଁ କିଭଳି ପ୍ରେମ ସମ୍ପର୍କ ଗଢି ଉଠିଲା ତାହା ହେଉଛି ମୁଖ୍ୟ ବିଷୟବସ୍ତୁ । ତେବେ ସେମାନେ ଫଟୋ ସୁଟ୍ କରିଥିବା ୩୦ଟି ଫଟୋ ମାଧ୍ୟମରେ ପ୍ରେମ କାହାଣୀକୁ ଚିତ୍ରଣ କରିଛନ୍ତି ।

ପ୍ରଥମ ଫଟୋରେ ମହିଳା ଜଣକ ଘରର ପଛପଟରେ ବୁଲୁଥିବାର ଦେଖାଯାଇଛି । ସେ ଯାଉଥିବାବେଳେ ଏକ ସାପ ତାଙ୍କ ହାବୁଡରେ ପଡିଯାଉଛନ୍ତି । ସେ ସାହାଯ୍ୟ ପାଇଁ ସାପ ଉଦ୍ଧାରକାରୀଙ୍କୁ ଡାକୁଛନ୍ତି । ଜଣେ ସାପ ଉଦ୍ଧାରକାରୀ ଆସି ସାପ ଉଦ୍ଧାର କରୁଛନ୍ତି । ଯୁବକଙ୍କ ଏଭଳି କାର୍ଯ୍ୟଦକ୍ଷତାରେ ପ୍ରଭାବିତ ହୋଇ ଯୁବତୀ ପ୍ରେମରେ ପଡୁଛନ୍ତି ଏବଂ ପରେ ଫୋନ୍ ନମ୍ବର ଦିଆନିଆ ହେଉଛି । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି । ପରବର୍ତ୍ତୀ ସମୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେଣୁ ଏହି ପ୍ରେମ କାହାଣୀର ସମସ୍ତ ଶ୍ରେୟ ସେହି ସାପକୁ ହିଁ ଯାଉଛି ।

ଫୋଟ ସୁଟର ଥିମ୍ ବା ବିଷୟବସ୍ତୁ ମଧ୍ୟ ସେୟା ରହିଛି । ଶେଷ ଫଟୋରେ ଦେଖିବାକୁ ମିଳିଛି ଯେ, ଦୁହେଁ ପରସ୍ପରର ହାତ ଧରି କଥାବାର୍ତ୍ତା ହୋଇ ଚାଲିକି ଯାଉଥିବା ବେଳେ ସାପଟି ସେମାନଙ୍କୁ ପଛରୁ ଚାହିଁ ରହିଛି । ସତେ ଯେମିତି ଖୁସୀ ଦମ୍ପତିଙ୍କୁ ଶୁଭକାମନା ଦେଉଛି ।

ମେ ୨୭ ରେ ସେୟାର କରାଯାଉଥିବା ପ୍ରିୱେଡିଂର ଏହି ବିଚିତ୍ର ଫଟୋକୁ ପ୍ରାୟ ୫.୬ ଲକ୍ଷ ଭ୍ୟୁ ଆସିଛି । ଲୋକମାନେ ଏହାକୁ ନେଇ ଅନେକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ଯୁଜର୍ସ ଲେଖିଛନ୍ତି ଯେ, ଏହି ଫଟୋ ଓସ୍କାର ଆୱାର୍ଡ ପାଇଁ ମନୋନୀତ ହେବା ଉଚିତ୍ । ଅନ୍ୟ କିଛି ୟୁଜର୍ସ ଏହାକୁ ପ୍ରଂଶସାରେ ପୋତି ଦେଇଛନ୍ତି ।