Video: କାମ କରିବା ପାଇଁ ମୋ ପିଲା ଦୁଇଟା ଆସିଥିଲେ ସବୁ ହସ୍ପିଟାଲରେ ଖୋଜିଲି କିନ୍ତୁ ପାଉନି

କୋଲକାତାରୁ କାମ ପାଇଁ ଆସିଥିଲେ ଦୁଇ ଛୁଆ । ବାହାନଗା ଠାରେ ହୋଇଥିବା ଦୂର୍ଘଟଣାରେ ନିଖୋଜ ହୋଇଗଲେ ଦୁଇ ଜଣ । ସବୁ ହସ୍ପିଟାଲରେ ଖୋଜିବା ପରେ ମଧ୍ୟ ବାପା ପାଉନାହିଁ ତା ପିଲା ମାନଙ୍କୁ । ଦୁଇ ଜଣଙ୍କ ନାମ ହେଉଛି ସାହିଦ ଆଲମ ଓ ବାଦସା ଆଲମ । ଭୂବନେଶ୍ୱରକୁ କାମ ପାଇଁ ଆସିବା ସମୟରେ ଏହି ଦୂର୍ଘଟଣା ହୋଇଥିଲା । ତାଙ୍କ ବାପା ସେମାନଙ୍କୁ ଖୋଜିବା ସହ ହ୍ୱାଟସପରେ ମେସେଜ ମଧ୍ୟ କରିଥିଲେ କିନ୍ତୁ ତାହାର କୌଣସି ଉତ୍ତର ମିଳି ନଥିଲା ।

ଏବେ ପର୍ଯ୍ୟନ୍ତ ଏହି ଦୂର୍ଘଟଣାରେ ଆହତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରି ସାରିବା ପରେ ,ମୃତ୍ୟୁ ସଂଖ୍ୟା ୩୦୦ ପାଖାପାଖି ପହଞ୍ଚି ଗଲାଣି । ବର୍ତ୍ତମାନ ପ୍ରଧାନ ମନ୍ତ୍ରୀ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ପରେ ହସ୍ପିଟାଲ ଅଭିମୁଖେ ବାହାରିଛନ୍ତି ।