fbpx

ବାହୁବଲୀ ଓ ମଦ ଦୋକାନ ସମ୍ପର୍କ !

ଭୁବନେଶ୍ୱର :୪ ।୫(ଓଡିଶା ଭାସ୍କର): ଦିନା କେତେ ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ । କଟପ୍ପା କାହିଁକି ମାରିଲା ବାହୁବଲୀକୁ । ସଭିଏଁ ଖୋଜି ଚାଲିଥିଲେ ଏହାର ଉତ୍ତର । ରାଜାମୈାଲୀଙ୍କ ବାହୁବଲୀ ୨ ର ରିଲିଜ ପରେ ଏହାର ଉତ୍ତର ମିଳିଥିଲା । ସେତେବେଳେ ଏହା ଥିଲା ଏକ ମିଲିଅନ ଡଲାରର ପ୍ରଶ୍ନ । ଏହାକୁ ନେଇ ଲୋକେ ପରସ୍ପର ସହ ବାଜି ବି ଲଗାଇଥିଲେ । ତେବେ ଯାହା ହେଉ ଉତ୍ତର ମିଳିଲା ।

ଏବେ ସେହିଭଳି ଆଉ ଏକ ମିଲିଅନ ଡଲାରର ପ୍ରଶ୍ନ ରାଜ୍ୟବ୍ୟାପୀ ଚର୍ଚ୍ଚା । ରାଜ୍ୟରେ କେବେ ଖୋଲିବ ମଦ ଦୋକାନ । କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ମୁତାବକ ଗ୍ରୀନ ଜୋନ ଘୋଷିତ ହୋଇଥିବା ଜିଲ୍ଲାରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ତେଣୁ ଦୀର୍ଘ ୪୫ ଦିନ ଧରି ବନ୍ଦ ଥିବା ମଦ ଦୋକନ ଆଜି ଖୋଲିବ ବୋଲି ସଭିଏଁ ଆଶା ରଖିଥିଲେ ।

ମଦୁଆତ ସକାଳୁ ସଜବାଜ ହୋଇ ବସିଥିଲେ । ହେଲେ ଦିନ ଯାଇ ସନ୍ଧ୍ୟା ହେଲା ମଦ ଦୋକାନ ଖୋଲିଲାନି । ଆଉ ଏଥିପାଇଁ କାହା ପାଖରେ ନାହିଁ ସଠିକ ଉତ୍ତର ।କାହିଁ ଖୋଲିଲାନି ସେ ଉତ୍ତର ବି ନାହିଁ । ତେଣୁ ଏବେ ରାଜ୍ୟର ପ୍ରାୟ ସବୁ ହ୍ୱାଟସପ ଗ୍ରୁଫ୍ରେ ଗୋଟିଏ ପ୍ରଶ୍ନ ଟ୍ରେଣ୍ଡିଂରେ ଅଛି । କେବେ ଖୋଲିବ ମଦ ଦୋକାନ ?

Get real time updates directly on you device, subscribe now.