ଭୁବନେଶ୍ୱର : ଚଳିତ ଜୁନ୍ ୭ ତାରିଖରୁ ଶାଲିମାର ଷ୍ଟେସନରୁ ଗଡ଼ିବ ନୂଆ ରେକ୍ ଓ ନୂଆ ଇଂଜିନ୍କୁ ନେଇ ତିଆରି ହୋଇଥିବା ନୂଆ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍। ସେଦିନ ବିଭିନ୍ନ ଷ୍ଟେସନରେ ନଡ଼ିଆ ବାଡେଇ ଧୂପ ଦୀପ ଦେଇ ଶଂଖ ଫୁଙ୍କି ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦାପନା କଲେ କେମିତି ହୁଅନ୍ତା। ଏକଥା ଆମେ କହୁନାହୁଁ । ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇିଛି । ସରକାରଙ୍କ ତଥ୍ୟକୁ ନେଇ ଲୋକେ ଓ ଗଣମାଧ୍ୟରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ମୃତକଙ୍କ ସଂଖ୍ୟାକୁ ନେଇ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀ ମାନିବାକୁ ନାରାଜ । ଏହା ଛଡା ସ୍ଥାନୀୟ ଲୋକ ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ଲିପ୍ତ ଥିଲେ ସେମାନେ ମଧ୍ୟ ଗ୍ରହଣ କରୁନାହାଁନ୍ତି । ହଜାର ଉପରେ ମୃତ୍ୟୁସଂଖ୍ୟା ହେବ ବୋଲି ସେମାନେ ଦାବି କରୁଛନ୍ତି । ତେବେ ଏସବୁକୁ ନେଇ କେକୋଟି ପ୍ରଶ୍ନ ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପ୍ରଥମ କଥା ହେଉଛି ସରକାରୀ ତଥ୍ୟ ଅନୁଯାୟୀ ବାହାନଗା ରେଳ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଗଣମାଧ୍ୟମ ପରମ୍ପରା ଅନୁଯାୟୀ ସେଥିମଧ୍ୟରୁ କେତେ ଜଣ ମହିଳା ଓ କେତେ ଜଣ ଶିଶୁ ଅଛନ୍ତି ପ୍ରକାଶ କରାଯାଉନାହିଁ କାହିଁକି ? ମୃତକ ଏବଂ ଆହତଙ୍କ ମଧ୍ୟରେ କ’ଣ ଶୁଶୁ ଓ ମହିଳା ନାହାଁନ୍ତି କି? ସେମାନଙ୍କ ତଥ୍ୟ କାହିଁକି ନାହିଁ । ଯେଉଁମାନେ ବିନା ଟିକଟରେ ଜେନେରାଲ ବଗିରେ ଚଢିଥିଲେ, ସେମାନଙ୍କର କୌଣସି ତଥ୍ୟ ରେଳ ବିଭାଗର କମ୍ପ୍ୟୁଟରରେ ରହିନଥାଏ। ତେବେ ସେମାନଙ୍କ ମଧ୍ୟରୁ କେତେ ମରିଛନ୍ତି ବା ଆହତ ହୋଇଛନ୍ତି କିପରି ଜଣାପଡିବ । ଯେଉଁମାନଙ୍କର ଚେତା ଅଛି ନିଜ ବର୍ଥ ନମ୍ବର ଓ ବଗି ନମ୍ବର ମନେ ଅଛି, ସେହି ଅନୁସାରେ ରିଜର୍ଭେସନ ବଗି ଯାତ୍ରୀ ତାଲିକାକୁ ମିଳାଇ, ପ୍ରକୃତ ସ୍ଥିତି ବାହାର କଲେ, ତାହା ଉଈଓ ତଦନ୍ତକୁ ଖୋରାକ ଯୋଗାନ୍ତା ବୋଲି କୁହାଯାଉଛି ।
ପ୍ରଥମେ ଶୁଣିବାକୁ ମିଳିଲା ଯେ ମାଲଗାଡ଼ି ଉପରେ କରମଣ୍ଡଳ ସୁପରଫାଷ୍ଟ ଚଢ଼ିଯାଇଛି। ଘଣ୍ଟାଏ ପରେ ରେଳ ଜୋନ୍ର ପ୍ରେସ୍ ରିଲିଜ୍ ଅନୁଯାୟୀ ତିନିଟି ରେଳଗାଡ଼ି ମଧ୍ୟରେ ଧକ୍କା ହୋଇଥିବା ବିଭିନ୍ନ ଟିଭିରେ ପ୍ରଚାରିତ ହେଲା। କିନ୍ତୁ ଏବେ ଅନ୍ୟ ଏକ ଗାଡି ନାଁ ସାମ୍ନାକୁ ଆସିଛି । ତାହା ହେଉଛି ଯଶୱନ୍ତପୁର ହମ୍ସଫର୍ । ଏସ୍ଏମ୍ଭିଟି ବେଙ୍ଗାଲୁରୁ-ହାଓଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ନାମକୁ ଯଶୱନ୍ତପୁର-ହାଓଡ଼ା ରୂପେ ଲେଖିବାରୁ, ରେଳବାଇ ମୁଖପାତ୍ର ମଧ୍ୟ ସେଇ ଭୁଲ୍ ନାମଟିକୁ କହୁଛନ୍ତି। ତେଣୁ ରେଳ କାର୍ଯ୍ୟଳୟରେ କନିଷ୍ଠମାନେ ହୁଏତ ସବୁ କାମ କରୁଛନ୍ତି କିମ୍ବା ଅଧିକାରୀମାନେ ମଧ୍ୟ ଏସବୁ କ୍ଷେତ୍ରରେ ଅଜ୍ଞ ରହିଥିବା ସ୍ପଷ୍ଟ ହେଉଛି।