fbpx

ମାସକୁ ୫୧୦୦ ଟଙ୍କା କ୍ୟାସ୍ ଦେଉଛନ୍ତି ମୋଦୀ ସରକାର: କେଉଁମାନେ ପାଇବେ ଫାଇଦା?

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇଁ ଅନେକ ଯୋଜନା ଚଳାଉଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଅନେକ ଲୋକ ଆର୍ଥିକ ସହାୟତା ମଧ୍ୟ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ମହିଳାମାନଙ୍କୁ ପ୍ରତି ମାସ ୫୧୦୦ ଟଙ୍କା ପ୍ରଦାନ କରୁଥିବା ନେଇ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଏହି ଖବର ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ସରକାରୀ ଯୋଜନାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁସାରେ, ପ୍ରତି ମାସ ମହିଳାମାନଙ୍କୁ ସରକାର ୫,୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମେସେଜର ସତ୍ୟତାକୁ ନେଇ ପରୀକ୍ଷା କରାଯାଇଛି । ସରକାର କହିଛନ୍ତି ଯେ, ଏଭଳି ସରକାରୀ ଯୋଜନା ବିଷୟରେ ସଠିକ ତଥ୍ୟ ପାଇବା ପାଇଁ ବିଭାଗର ଅଫିସିଆଲ ୱେବସାଇଟରେ ଚେକ୍ କରିବା ଆବଶ୍ୟକ । ତେବେ ଏହି ମେସେଜର ସତ୍ୟତା ପରୀକ୍ଷା ପରେ ପିଆଇବି କହିଛି ଯେ ‘Niti Aayog 4 U’ ନାମକ ଏକ ୟୁଟ୍ୟୁବ ଚାନେଲ ଏକ ଭିଡିଓ ଅପଲୋଡ କରିଛି । ଏଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାରଙ୍କ ‘ଶ୍ରମିକ ସ୍ମାନ ଯୋଜନା’ ମହିଳାଙ୍କୁ ୫୧୦୦ ଟଙ୍କା ପ୍ରଦାନ କରୁଛନ୍ତି ।

ପିଆଇବି ଫ୍ୟାକ୍ଟ ଅନୁସାରେ, ଭାଇରାଲ ହେଉଥିବା ଏହି ମେସେଜଟି ଭୁଲ ବୋଲି କୁହାଯାଇଛି । ଭାରତ ସରକାରଙ୍କ ଦ୍ୱାରା ‘ଶ୍ରମିକ ସମ୍ମାନ’ ନାମକ କୌଣସି ଯୋଜନା ପ୍ରସ୍ତୁତ କରାଯାଇ ନାହିଁ । ତେଣୁ ଏଭଳି ମେସେଜ କୌଣସି ବ୍ୟକ୍ତିଙ୍କ ସହ ସେୟାର ନ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ସରକାରଙ୍କ ଏଭଳି କୌଣସି ଯୋଜନା ବିଷୟରେ ଯଦି କିଛି ତଥ୍ୟ ଜାଣିବାକୁ ଥିଲେ ଆପଣ ସରକାରୀ ଅଫିସିଆଲ ୱେବସାଇଟକୁ ଫଲୋ କରିପାରିବେ ।

Get real time updates directly on you device, subscribe now.