fbpx

ପ୍ରତି ୩୦ ମିନିଟରେ ଆସୁଛି ସ୍ୱର, ୨୦୦୦ କିମି ବ୍ୟାସାର୍ଦ୍ଧରେ ଚାଲିଛି ଉଦ୍ଧାର କାମ, କିନ୍ତୁ ବୁଡ଼ାଜାହାଜର କୌଣସି ସୂଚନା ନାହିଁ: ବିପଦରେ ୫ ଜୀବନ

ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରରେ ରବିବାରରୁ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ନିଖୋଜ ଅଛି । ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ସନ୍ଧାନରେ ସମସ୍ତ ପ୍ରୟାସ କରାଯାଉଛି । ଏହି ସମୟରେ, ଜାଣିବାକୁ ମିଳିଛି ଯେ ଉଦ୍ଧାରକାରୀ ଦଳଙ୍କୁ ପ୍ରତି ୩୦ ମିନିଟରେ କିଛି ସ୍ୱର ଶୁଣାଯାଉଛି । ଆଶା କରାଯାଉଛି ଯେ, ବୁଡ଼ା ଜାହାଜରେ ଥିବା ଲୋକମାନେ ଜୀବିତ ଅଛନ୍ତି ଏବଂ ସେମାନଙ୍କୁ ଉଦ୍ଧାର କରାଯାଇପାରିବ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରିମୋଟ ଅପରେଟେଡ୍ ଭେଇକିଲ୍ସ (ଆରଓବି) ରୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ନକାରାତ୍ମକ ରେଜଲ୍ଟ ମିଳିଛି ।

ଟାଇଟାନିକ୍ ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ ହେବାର ତିନି ଦିନ ବିତିଗଲାଣି । ଏହି ବୁଡ଼ା ଜାହାଜରେ ପାଞ୍ଚ ଜଣ ଲୋକ ଅଛନ୍ତି । ଏହି ଲୋକମାନେ ଟାଇଟାନିକର ଧ୍ୱଂସାବଶେଷ ଦେଖିବାକୁ ବାହାରିଥିଲେ । ଜଳ ତଳେ ଦୃଶ୍ୟମାନତା ବହୁତ କମ୍ । ମଙ୍ଗଳବାର ପର୍ଯ୍ୟନ୍ତ ହୋଇଥିବା ତାଜା ଅପଡେଟ ଅନୁଯାୟୀ, ସମୁଦ୍ର ଭିତରେ ୧,୯୭୦ କିଲୋମିଟର ବ୍ୟାସାର୍ଦ୍ଧରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା, କିନ୍ତୁ ତାଙ୍କର କିଛି ସନ୍ଧାନ ମିଳିପାରିନଥିଲା । ଖରାପ ପାଗ ଯୋଗୁଁ ଉଦ୍ଧାରକାରୀ ଦଳଙ୍କୁ ବହୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି । ଟାଇଟାନିକର ଭଗ୍ନାବଶେଷ ସମୁଦ୍ରଠାରୁ ୧୨,୫୦୦ ଫୁଟ ତଳେ ରହିଛି । ଏହାର ଧ୍ୱଂସାବଶେଷରେ ପହଞ୍ଚିବା ସହଜ ନୁହେଁ । ଜଳର ଚାପ ଯୋଗୁଁ ସିକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ରହିଛି ।

୩୦ ମିନିଟର ବ୍ୟବଧାନରେ ଶବ୍ଦ ଶୁଣାଯାଉଛି :-

ଉଦ୍ଧାରକାରୀ ଦଳ କହିଛନ୍ତି ଯେ, ମଙ୍ଗଳବାରରୁ ପ୍ରତି ୩୦ ମିନିଟରେ ସ୍ୱର ଶୁଣାଯାଉଛି । ଜଳ ତଳେ ସାଉଣ୍ଡ ୱେଭ ଚିହ୍ନଟ କରୁଥିବା ଏକ ସୋନାର ମେସିନକୁ ସେଠାରେ ଲଗାଯାଇଛି । ଜଳ ତଳେ କ୍ରମାଗତ ଶବ୍ଦ ଆସିବା ପରେ ସେଠାରେ ଅଧିକ ସୋନାର ନିୟୋଜିତ କରାଯାଇଛି । ଏହି ମେସିନ୍ ଜଳ ତଳେ ଆସୁଥିବା ଶବ୍ଦକୁ ଚିହ୍ନଟ କରିପାରିବ ।

Get real time updates directly on you device, subscribe now.