fbpx

Video: ପଡ଼ିଆରେ ପୁଣି ମୁହାଁମୁହିଁ ହେଲେ ଭାରତ-ନେପାଳ ଖେଳାଳି, ଜାଣନ୍ତୁ କଣ ପାଇଁ ହେଲା ଝଗଡ଼ା

ନୂଆଦିଲ୍ଲୀ: ବାଙ୍ଗଲୋରର ଶ୍ରୀକାନ୍ତିରାଭା ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ସାଫ୍ ଚାମ୍ପିୟନସିପ୍ ମ୍ୟାଚ୍ ସମୟରେ ଭାରତ ଏବଂ ନେପାଳର ଖେଳାଳିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତର ରାହୁଲ ଭେକେ ଏବଂ ନେପାଳର ବିମଲ ମାଗରଙ୍କ ମଧ୍ୟରେ ହେଡର୍‌କୁ ନେଇ ବିବାଦ ଆରମ୍ଭ ହୋଇଥିଲା, ଯାହା ଝଗଡ଼ାରେ ପରିଣତ ହୋଇଥିଲା ।

ହେଡର୍ କରିବାକୁ ଚେଷ୍ଟା କରୁଥିବା ସମୟରେ ମାଗର ବେକେଙ୍କ ସହିତ ଧକ୍କା ହୋଇଯାଇଥିଲେ । ଏହାପରେ ମାଗ ଏବଂ ଭେକେ ମୁହାଁମୁହିଁ ହୋଇଥିଲେ । ଏହାପରେ ତୁରନ୍ତ ଦୁଇ ଦଶର ଖେଳାଳିଙ୍କ ଝଗଡ଼ାରେ ମାତି ଯାଇଥିଲେ । ଘଟଣାରେ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଝଗଡ଼ାର କିଛି ମିନିଟ୍ ପୁର୍ବରୁ ସୁନିଲ ଛେତ୍ରୀ ଗୋଲ୍ ସ୍କୋର କରି ଭାରତକୁ ଆଗ୍ରଣି କରାଇଥିଲେ । ଭାରତ ମ୍ୟାଚ୍‌ରେ ୧-୦ରେ ଆଗରେ ଥିଲା । ଏହାପରେ ମହେଶ ୭୦ ତମ ମିନିଟ୍‌ରେ ଛେତ୍ରିଙ୍କ ସହିତ ମିଶି ଗୋଲ୍ ସ୍କୋର ୨-୦ରେ ପହଞ୍ଚାଇଥିଲେ । ଭାରତ ନେପାଳକୁ ୨-୦ ଗୋଲ୍‌ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ।

ଉଲ୍ଲେଖନୀୟ କଥା ହେଉଛି, ଫୁଟବଲ କ୍ଷେତ୍ରରେ ନେପାଳ ଉପରେ ଭାରତର ଆଗରେ ରହିଛି। ଦୁଇ ଦେଶ ମଧ୍ୟରେ ୧୫ ଟି ମ୍ୟାଚ୍ ହୋଇଛି। ୧୦ ଟି ମ୍ୟାଚରେ ଭାରତ ଜିତିଛି। ନେପାଳ କେବଳ ଥରେ ଜିତିପାରେ। ଚାରୋଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ବୁଧବାର ସାଫ୍ ଚାମ୍ପିୟନଶିପ୍‌ର ପ୍ରଥମ ଗ୍ରୁପ୍ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୪-୦ରେ ପରାସ୍ତ କରିଛି। ଗ୍ରୁପ୍ ମ୍ୟାଚ୍ ରେ କୁଏତ ନେପାଳକୁ ୩-୧ରେ ପରାସ୍ତ କରିଛି। କୁଏତ ପାକିସ୍ତାନକୁ ୪-୦ରେ ପରାସ୍ତ କରିଛି। ସେ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

Get real time updates directly on you device, subscribe now.