ନୂଆଦିଲ୍ଲୀ: ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ତରଫରୁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ କେନ୍ଦ୍ର ସରକାର ନୂଆ ଲିଭ୍ ପଲିସୀ ଜାରି କରିଛନ୍ତି । ଏହି ନୂଆ ଛୁଟି ନିୟମ ବିଷୟରେ ଆପଣମାନେ ଜାଣିବା ନିହାତି ଆବଶ୍ୟକ । ନୂଆ ଲିଭ୍ ପଲିସୀ ଅନୁସାରେ ଆପଣଙ୍କୁ ପୂର୍ବାପେକ୍ଷା ଏଣିକି ଅଧିକ ଛୁଟି ମିଳିପାରିବ । ତେବେ ସବୁଠାରୁ ବଡ଼ କଥା ହେଉଛି ଆପଣ ଏବେ କେତୋଟି ଛୁଟି ନେଇ ପାରିବେ । କର୍ମଚାରୀଙ୍କୁ ୪୨ ଦିନର ଛୁଟି ମିଳିବା ନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ତେବେ ଏହି ଛୁଟି କର୍ମଚାରୀଙ୍କୁ କେଉଁ ପରିସ୍ଥିତିରେ ମିଳିବା ତାହା ମଧ୍ୟ ଜାଣିବା ଆବଶ୍ୟକ । ଯଦି କେନ୍ଦ୍ର କର୍ମଚାରୀ ନିଜର କୌଣସି ଅର୍ଗାନ ଡୋନେଟ କରିବାକୁ ଚାହିଁବେ ତେବେ ତାଙ୍କୁ ୪୨ ଦିନର ସ୍ପେଶାଲ କାଜୁଆଲ ଲିଭ୍ ସୁବିଧା ମିଳିବ । ଏ ବାବଦରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି କର୍ମଚାରୀ ନିଜ ଶରୀରର କୌଣସି ଅଙ୍ଗ ଦାନ କଲେ ତାହାକୁ ସବୁଠାରୁ ବଡ଼ ସର୍ଜରୀ କୁହାଯାଇଥାଏ । ଏଥିପାଇଁ ବହୁ ସମୟ ଲାଗିବା ସହିତ ରିକଭରୀ ପାଇଁ ମଧ୍ୟ ସମୟ ଲାଗିଥାଏ । ତେଣୁ ଏହି କାରଣରୁ କର୍ମଚାରୀଙ୍କ ପାଇଁ ୪୨ ଦିନର ଛୁଟି ବ୍ୟବସ୍ଥା କରାଯାଇଛି ।
ଏହାଛଡ଼ା କୌଣସି କ୍ୟାଲେଣ୍ଡର ବର୍ଷରେ ଆକସ୍ମିକ ଲିଭ ଭାବେ କର୍ମଚାରୀଙ୍କୁ ୩୦ ଦିନର ଛୁଟି ମିଳିବ । କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଓ କର୍ମଚାରୀଙ୍କ ମଧ୍ୟରେ ଅଙ୍ଗଦାନର ମହତ୍ତ୍ୱକୁ ବଢ଼ାଇବା ଲକ୍ଷ୍ୟରେ କର୍ମଚାରୀଙ୍କୁ ସର୍ବାଧିକ ୪୨ ଦିନର ସ୍ପେଶାଲ ଲିଭ ଦିଆଯିବ । ଏଥିପାଇଁ ନିୟମ ମଧ୍ୟ ଧାର୍ଯ୍ୟ ହୋଇଛି । ଗତ ଏପ୍ରିଲ ମାସ ଠାରୁ ଏହି ନୂଆ ଲଭ୍ ପଲିସୀ ଲାଗୁ ହୋଇଛି । ବିଭାଗ ପକ୍ଷରୁ ଏନେଇ ମେମୋରାଣ୍ଡମ ମାଧ୍ୟମରେ ସୂଚନା ଦିଆଯାଇଛି । ତେବେ ଏହି ଛୁଟି ନିୟମ ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ । ରେଳ କର୍ମଚାରୀ, ଅଲ ଇଣ୍ଡିଆ ସଭିର୍ସେସ କର୍ମଚାରୀ ଏହାର ସୁବିଧା ପାଇ ପାରିବେ ନାହିଁ ।