fbpx

ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ୫ ମୃତ, ୯ ଆହତ

କେନ୍ଦୁଝର: ରାଜ୍ୟରେ ପ୍ରତିଦିନ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ଆଜି ଅନ୍ୟ ଏକ ଦୁର୍ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠାଘର ନିକଟରେ ଏକ ଦୁର୍ଘଟଣା ଘଟିଛି । ବରଯାତ୍ରୀ ନାଚୁଥିବା ବେଳେ ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଛି ।

ସୂଚନା ଅନୁଯାୟୀ, ଯୁଡିଆଘାଟି ଷଠାଘର ନିକଟରେ ଏକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ବରଯାତ୍ରୀ ଦଳ କନ୍ୟା ଘର ସାମ୍ନାରେ ନାଚୁଥିବା ବେଳେ ହଠାତ୍ ଏକ ଟ୍ରକ ସେମାନଙ୍କ ଉପରେ ଚଢାଇ ଦେଇଛି । ଯାହା ଫଳରେ ୯ ଆହତ ହୋଇଛନ୍ତି ଏବଂ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ଘଟଣାସ୍ଥଳରେ ଉପସ୍ଥିତ ଲୋକେ ଆମ୍ବୁଲାନ୍ସ ଡକାଇ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏପରି ମର୍ମନ୍ତୁଦ ଘଟଣା ଲାଗି ବର ଫେରିଯାଇଛି । ବାହାଘର ନ ହୋଇଥିବା ସୂଚନା ମିଳିଛି । ପୋଲିସ ପହଁଚି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.