fbpx

ବଡ ପରଦାରେ ଫ୍ଲପ୍ ହେଲା ‘ଆଦିପୁରୁଷ’: ଟେଲିଭିଜନକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’!

ଭୁବନେଶ୍ୱର: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ‘ଆଦିପୁରୁଷ’ ବକ୍ସ ଅଫିସରେ ସମ୍ପୂର୍ଣ୍ଣ ଫ୍ଲପ ହୋଇଛି । ସିନେମାର ସଂଳାପରୁ ଆରମ୍ଭ କରି ବେଶଭୂଷା ସବୁକୁ ନେଇ ଖୁବ ଆଲୋଚନା ହୋଇଛି । ଅନେକ ପ୍ରଶଂସକ ଏବଂ ସମୀକ୍ଷକ ଏହାକୁ ନେଇ କଟୁକଥା କହିଛନ୍ତି । କିନ୍ତୁ ୬୦୦ରୁ ଅଧିକ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ ହୋଇଥିବ ା ଏହି ସିନେମା ବକ୍ସ ଅଫିସରେ ଚିତପଟାଙ୍ଗ ମାରିଛି । ତେବେ ଆଦିପୁରୁଷର ଏହି ଫ୍ଲପ ଶୋ’ ପରେ ଛୋଟ ପରଦାର ‘ରାମାୟଣ’ ପୁଣିଥରେ ଟେଲିକାଷ୍ଟ କରାଯିବ ବୋଲି କୁହାଯାଇଛି ।

‘ଆଦିପୁରୁଷ’କୁ ନେଇ ସାରା ଭାରତରେ ବିବାଦ ଲାଗି ରହିଥିବା ବେଳେ ପୁଣି ଫେରୁଛି ‘ରାମାୟଣ’ । ରାମାନନ୍ଦ ସାଗର ନିର୍ଦ୍ଦେଶିତ ତଥା ଅରୁଣ ଗୋଭିଲ-ଦୀପିକା ଅଭିନୀତ ବହୁ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ପୁଣି ଥରେ ଟିଭିରେ ଦେଖିବାକୁ ମିଳିବ । ଆସନ୍ତା ଜୁଲାଇ ୩ ତାରିଖରୁ Shemaroo ଚାନେଲରେ ସନ୍ଧ୍ୟା ୭.୩୦ରେ ପୁଣିଥରେ ‘ରାମାୟଣ’ ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି । ୧୯୮୭ ମସିହାରେ ଦୂରଦର୍ଶନ ଚାନେଲରେ ରିଲିଜ ହୋଇଥିବା ଏହି ଧାରାବାହିକକୁ ସମସ୍ତେ ପସନ୍ଦ କରିଥିଲେ । ଏହାପରେ ପୁଣିଥରେ କରୋନା କାଳରେ ଏହାର ପୁନଃପ୍ରସାରଣ କରାଯାଇଥିଲା । ସେତେବେଳେ ମଧ୍ୟ ଅଧିକାଂଶ ଲୋକ ଏହାକୁ ଦେଖିବା ପାଇଁ ଉତ୍ସାହିତ ଥିଲେ । ଏହା କରୋନା ସମୟରେ ସବୁଠାରୁ ଅଧିକ ଟିଆରପି ଆଣିଥିଲା ।

ବାହୁବଳୀ ସିରିଜରେ ଦମଦାର ଅଭିନୟ ପରେ ପ୍ରଭାସଙ୍କ ପାଖରୁ ଆଦିପୁରୁଷକୁ ନେଇ ଦର୍ଶକମାନଙ୍କର ଖୁବ ଆଶା ରହିଥିଲା । କିନ୍ତୁ ଏହି ସିନେମା ଜୁନ୍ ୧୬ରେ ରିଲିଜ ହୋଇଥିବା ବେଳେ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ । ଫଳରେ ସିନେମା ବିବାଦ ଘେରକୁ ଟାଣି ହୋଇ ଯାଇଛି । VFXରୁ ସଂଳାପ ଏବଂ ଚରିତ୍ରମାନଙ୍କର ବେଶଭୂଷା ସବୁ କିଛି ବିବାଦ ଘେରରେ ଫସି ରହିଥିବା ବେଳେ ଆୟ କ୍ଷେତ୍ରରେ ମଧ୍ୟ ଖୁବ ପଛରେ ପଡିଯାଇଛି ଏହି ସିନେମା । ତେଣୁ ଦର୍ଶକ ଏବେ ରାମାନନ୍ଦ ସାଗରଙ୍କ ନିର୍ଦ୍ଦେଶିତ ‘ରାମାୟଣ’କୁ ମନେ ପକାଇଛନ୍ତି ।

Get real time updates directly on you device, subscribe now.