fbpx

(Video) ସମୁଦ୍ର ଭିତରୁ ମିଳିଲା ଟାଇଟନ ବୁଡାଜାହାଜ: ୫ କୋଟିପତିଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦୀର୍ଘ ୧୧ ଦିନ ପରେ ମିଳିଛି ଗଭୀର ସମୁଦ୍ରରେ ବୁଡି ଯାଇଥିବା ଟାଇଟନ ବୁଡାଜାହାଜର ସନ୍ଧାନ ଏବଂ ଏହାକୁ ଉଦ୍ଧାର କରାଯାଇଛି । ଏହାସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରୋବୋଟ ବର୍ତ୍ତମାନ ନିଖୋଜ ଥିବା ସମସ୍ତ ମୃତଦେହକୁ ଉଦ୍ଧାର କରିବାରେ ସଫଳ ହୋଇଛି । ତେବେ ମୃତଦେହ ସବୁ ମିଳିଥିଲେ ମଧ୍ୟ ଏଗୁଡିକ ନଷ୍ଟ ହୋଇ ଯାଇଥିବା ବେଳେ ଶବକୁ ଚିହ୍ନଟ କରିବା ଅସମ୍ଭବ ହୋଇପଡିଛି ।

ସୂଚନା ଅନୁସାରେ, ଗତ ଜୁନ୍ ୧୮ ତାରିଖରେ ଟାଇଟନ୍ ବୁଡାଜାହାଜର ସନ୍ଧାନ ମିଳିବା ପରେ ଏହାକୁ ଉଦ୍ଧାର କରାଯାଇଛି । ସମୁଦ୍ର ପାଣିର ଅମାପ ଗଭୀରକୁ ଚାଲିଯିବା ପରେ ଏଥିରେ ବିସ୍ଫୋରଣ ହୋଇଥିଲା ଏବଂ ଜାହାଜ ପାଣି ଭିତରେ ଲୀନ ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ଜାହାଜରେ ଥିବା ୫ ଜଣ କୋଟିପତିଙ୍କର ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଏହି ମୃତଦେହ ମିଳିବାର ଆଶା ନଥିବା ବେଳେ ଏହାକୁ ସଫଳତାର ସହ ଉଦ୍ଧାର କରି ଦେଖାଇଛି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିବା ରୋବୋଟ ଏବଂ ଆମେରିକାର କୋଷ୍ଟଗାର୍ଡ । ତେବେ ଦୀର୍ଘ ଦିନ ପାଣି ଭିତରେ ରହିବାରୁ ମୃତଦେହଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଫଳରେ ଶବ ଚିହ୍ନଟ କରିବା ଅସମ୍ଭବ ହୋଇପଡିଛି । ତେଣୁ ମୃତଦେହର ଡିଏନ୍ଏ ଟେଷ୍ଟ ପାଇଁ ଲ୍ୟାବକୁ ସାମ୍ପଲ ପଠାଯାଇଛି ।

ଖବର ମୁତାବିକ ୫ କୋଟିପତି ସମୁଦ୍ର ଭିତରକୁ ଟାଇଟାନିକ ଜାହାଜ ଦେଖିବା ପାଇଁ ଯାଇଥିଲେ । ହେଲେ ୧୨ ହଜାର ଫୁଟ ଗଭୀର ସମୁଦ୍ର ଭିତରେ ଚାପ ସମ୍ଭାଳି ନପାରି ଟାଇଟନ ଜାହାଜ ବିସ୍ଫୋରଣ ହୋଇଯାଇଥିଲା । ଫଳରେ ଟାଇଟାନିକ ଦେଖିବା ପାଇଁ ଆସିଥିବା ୫ ଜଣ କୋଟିପତି ପାଣି ଭିତରେ ହିଁ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣା ଗତ ଜୁନ୍ ୧୮ ତାରିଖରେ ଘଟିଥିବା ବେଳେ ଏହି ଜାହାଜ ଏବଂ କୋଟିପତିମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଥିଲା । ୧୧ ଦିନର ଚେଷ୍ଟା ପରେ ଆଜି ଟାଇଟନ ଜାହାଜର ଭଗ୍ନାବଶେଷ ସହିତ ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.