fbpx

ଭାରତର ଏପରି ଏକ ସ୍ଥାନ, ଯେଉଁଠାରେ ପହଞ୍ଚିବା ମାତ୍ରେ ଆପେ ଆପେ ଚାଲିଯାଏ ଟ୍ରେନର ବିଜୁଳି

ଟ୍ରେନରେ ଯାତ୍ରା କରିବା ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି । ବିଶେଷକରି ଯେତେବେଳେ ଦୂର ଦୂରାନ୍ତର ଯାତ୍ରା କଥା ଆସେ, ଲୋକମାନେ ଟ୍ରେନ୍ ଟିକେଟ ବୁକ୍ କରିବାକୁ ପସନ୍ଦ କରନ୍ତି । ଟ୍ରେନରେ ଶୋଇବା, ବସିବା-ଖାଇବା ଓ ଶୌଚାଳୟ ସମେତ ଅନେକ ସୁବିଧା ରହିଛି, ଯେଉଁ କାରଣରୁ ଲୋକମାନେ ନିଜ ଘରଠାରୁ ଦୂରରେ ବୋଲି ଅନୁଭବ କରନ୍ତି ନାହିଁ । ଟ୍ରେନରେ ବିଦ୍ୟୁତର ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଅଛି, ଯେଉଁଥିପାଇଁ ଲୋକମାନଙ୍କର ଆଲୋକ ଏବଂ ବାୟୁର କୌଣସି ଅସୁବିଧା ନାହିଁ । କିନ୍ତୁ ଆପଣ ଜାଣନ୍ତି କି ଦେଶରେ ଏପରି ଏକ ସ୍ଥାନ ଅଛି, ଯେଉଁଠାରେ ଲୋକାଲ୍ ଟ୍ରେନ୍ ଯିବା ସମୟରେ ଟ୍ରେନର ସସମ୍ତ ଲାଇଟ୍ ବନ୍ଦ ହୋଇଯାଏ । ଏହା ପଛରେ ବିଶେଷ କାରଣ କ’ଣ ହୋଇପାରେ । ଆସନ୍ତୁ ଜାଣିବା…

ଟ୍ରେନର ବିଦ୍ୟୁତ ଆପେ ଆପେ ବନ୍ଦ ହୋଇଯାଏ :-
ରେଲୱେ ସୂତ୍ର ଅନୁଯାୟୀ, ଦେଶର ଯେଉଁ ରହସ୍ୟମୟ ସ୍ଥାନରେ ଲୋକାଲ ଟ୍ରେନର ବିଜୁଳି ଆପେ ଆପେ ବନ୍ଦ ହୋଇଯାଏ, ସେହି ଷ୍ଟେସନ୍ ତାମିଲନାଡୁରେ ଅଛି । ଯେତେବେଳେ ଲୋକାଲ ଟ୍ରେନ୍ ଚେନ୍ନାଇର ତାମ୍ବରମ୍ ରେଳ ଷ୍ଟେସନ୍ ନିକଟ ଦେଇ ଯାଏ, ସେତେବେଳେ ତାର ବିଦ୍ୟୁତ୍ ଆପେ ଆପେ ବନ୍ଦ ହୋଇଯାଏ । କୌତୁହଳର ବିଷୟ ହେଉଛି କି, ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନରେ ସେପରି କୌଣସି ଅସୁବିଧା ହୁଏ ନାହିଁ ଏବଂ ସେଥିରେ ଲାଇଟ୍ ସୁବିଧା ଜାରି ରହିଥାଏ । ତେବେ ଏହା କେବଳ ଲୋକାଲ ଟ୍ରେନ୍ ସହିତ କାହିଁକି ଘଟେ ?

କାହିଁକି ହୁଏ ଏପରି?

ଏହାର ରହସ୍ୟ ପରଦା କୋରା ଉପରେ ଲୋକୋ ପାଇଲଟ୍ ଉଠାଇଛନ୍ତି । କୋରା ଉପରେ ଲେଖାଯାଇଥିବା ଉତ୍ତର ଅନୁଯାୟୀ, ତାମ୍ବରମ୍ ନିକଟ ରେଳ ଲାଇନର ଏକ ଛୋଟ ଅଂଶରେ ଥିବା ଓଏଚଇରେ କରେଣ୍ଟ ନାହିଁ । ବାସ୍ତବରେ ସେଠାରେ ପାୱାର୍ ଜୋନ୍ ରହିଛି । ଯେତେବେଳେ ଟ୍ରେନ୍ ଗୋଟିଏ ପାୱାର୍ ଜୋନ୍ ଛାଡି ଅନ୍ୟ ଏକ ପାୱାର୍ ଜୋନରେ ପ୍ରବେଶ କରେ, ଏହାର ଆଲୋକ ସ୍ୱୟଂଚାଳିତ ଭାବରେ କିଛି ସମୟ ପାଇଁ ବନ୍ଦ ହୋଇଯାଏ । ଅନ୍ୟ ଅର୍ଥରେ ଯେଉଁ ଉପକରଣ ଇଲେକ୍ଟ୍ରିକ୍ ଲୋକୋମୋଟିଭକୁ ବିଦ୍ୟୁତ୍ ଯୋଗାଏ, ସେଠାର ଓଭର ହେଡ୍ ଉପକରଣରେ କୌଣସି କରେଣ୍ଟ୍ ନଥାଏ । ଏହିପରି ସ୍ଥାନଗୁଡିକ ରେଳ ଭାଷାରେ ନ୍ୟାଚୁରାଲ ସେକ୍ସନ କୁହାଯାଏ ।

Get real time updates directly on you device, subscribe now.