fbpx

ଜୁନ୍ ମାସରେ ଜିଏସ୍‌ଟି ସଂଗ୍ରହ ୧.୬୧ ଲକ୍ଷ କୋଟି ପାର୍‌, ୨୦୨୨ ତୁଳନାରେ ୧୨% ବୃଦ୍ଧି

ନୁଆଦିଲ୍ଲୀ: ଜୁନ୍ ମାସରେ ସଂଗ୍ରହ ହୋଇଛି ମୋଟ୍ ୧.୬୧ ଲକ୍ଷ ଜିଏସ୍‌ଟି। ଏନେଇ ଆର୍ଥିକ ମନ୍ତ୍ରଳାୟ ପକ୍ଷରୁ ସୂଚନା ଦିଆଯାଇଛି। ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ସଂଗ୍ରହ ଜୁନ୍ ମାସରେ ୧୨% ବୃଦ୍ଧି ପାଇ ୧.୬୧ ଲକ୍ଷ କୋଟିରେ ପହଞ୍ଚିଛି ।

ସରକାରଙ୍କ ତଥ୍ୟ ଅନୁସାରେ ଜୁନ୍ ୨୦୨୩ରେ ସଂଗ୍ରହ ହୋଇଥିବା ମୋଟ୍ ୧,୬୧,୪୯୭ କୋଟି ଟଙ୍କାରେ ସିଜିଏସ୍‌ଟି ୩୧,୦୧୩ କୋଟି, ଏସ୍‌ଜିଏସ୍‌ଟି ୩୮,୨୯୨ କୋଟି, ଆଇଜିଏସ୍‌ଟି ୮୦,୨୯୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ସେହିଭଳି ଜୁନ୍ ମାସରେ ୧୧,୯୦୦ କୋଟି ଟଙ୍କା ସେସ୍ କଲେକସନ୍ ହୋଇଛି ।

୨୦୧୭ ରେ ଜିଏସ୍‌ଟି ଲାଗୁ ହେବା ପରେ ଷଷ୍ଠ ଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬୦ ଲକ୍ଷ କୋଟି ପାର୍ କରିଛି ।

Get real time updates directly on you device, subscribe now.