fbpx

ରିପୋର୍ଟରୁ ହେଲା ମହାଖୁଲାସା! ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ?

ବାଲେଶ୍ୱର: ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାକୁ ଏକ ମାସ ବିତି ସାରିଛି । ଏହା ମଧ୍ୟରେ ଟ୍ରେନରେ ଥିବା ୨୯୩ ଜଣ ଯାତ୍ରୀ ପ୍ରାଣ ହରାଇ ସାରିଛନ୍ତି । କିନ୍ତୁ ମାମଲାରେ ପ୍ରକୃତ ଦାୟୀ କିଏ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ବର୍ତ୍ତମାନ ଏହାର ଏକ ରିପୋର୍ଟ ରେଲୱେ ବୋର୍ଡ ହାତରେ ଲାଗିଛି । ରେଲୱେ ସୁରକ୍ଷା ଆୟୋଗ ଏ ନେଇ ଏକ ରିପୋର୍ଟ ଭାରତୀୟ ରେଳବାଇକୁ ହସ୍ତାନ୍ତର କରିଛି । ଏହି ରିପୋର୍ଟରୁ ଦୁର୍ଘଟରାର ପ୍ରକୃତ ଦୋଷୀ ଜଣାପଡିବ ବୋଲି ଅନୁମାନ କରୁଛି । କାରଣ ଏହି ରିପୋର୍ଟରେ କେଉଁ ବିଭାଗ ପାଇଁ ଦୁର୍ଘଟଣା ଘଟିଛି, ତାହାର ଏକ ଇସାରା ଦେଇଛି ସିଆରଏସ ।

ଦୁର୍ଘଟଣାକୁ ନେଇ ସିବିଆଇ ସହିତ ସିଆରଏସ ଏହି ମାମଲାର ତଦନ୍ତ ଜାରି ରଖିଛି । ତେବେ ସିବିଆଇ ତରଫରୁ ଦୁର୍ଘଟଣା ସମ୍ପର୍କରେ କୌଣସି ନିଷ୍କର୍ସ ମିଳି ନଥିବା ବେଳେ ସିଆରଏସ ଏକ ରିପୋର୍ଟ ଦେଇଛି । ଏହି ରିପୋର୍ଟରେ ସିଆରଏସ କହିଛି ଯେ, ସିଗନାଲିଙ୍ଗ ଏବଂ ଦୂରସଞ୍ଚାର ବିଭାଗକୁ ନେଇ ସନ୍ଦେହ ରହିଛି । ଏହାବ୍ୟତୀତ ରିଲେ ରୁମର ପ୍ରଭାରୀ, କର୍ମଚାରୀଙ୍କ ସହିତ ଅନ୍ୟ କିଛି ବିଭାଗ ମଧ୍ୟ ଦାୟୀ ବୋଲି କହିଛି ସିଆରଏସ । କିନ୍ତୁ ରେଲୱେ ଏହାକୁ ସାର୍ବଜନିକ କରିବା ପାଇଁ ମନା କରି ଦେଇଛି । ଏହାଦ୍ୱରା ସିବିଆଇର ତଦନ୍ତ ଉପରେ କୌଣସି ପ୍ରଭାବ ପଡିବ ବୋଲି ଅନୁମାନ କରି ଏହି ନିଷ୍ପତ୍ତି ନେଇଛି ଇଣ୍ଡିଆନ ରେଲୱେ । ତେଣୁ ସିବିଆଇର ରିପୋର୍ଟକୁ ଅପେକ୍ଷା ରହିଛି । ଏହାର ରିପୋର୍ଟ ଆସିବା ପରେ ଉଭୟ ରିପୋର୍ଟ ଭିତ୍ତି କରି ଘଟଣାର ମୂଲ୍ୟାଙ୍କନ କରିବା ସହ କୌଣସି ପଦକ୍ଷେପ ନିଆଯିବ ।

ଜୁନ୍ ୨୯ ତାରିଖରେ ରେଲୱେ ବୋର୍ଡର ଅଧିକାରୀ ରିପୋର୍ଟର ନିଷ୍କର୍ସ ସମ୍ବନ୍ଧରେ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି । ତେବେ ବର୍ତ୍ତମାନ ସିଗନାଲିଙ୍ଗ ଏବଂ ଦୂରସଞ୍ଚାର ବିଭାଗର ଅବହେଳା କହିଛନ୍ତି ଅଧିକାରୀ । ସେହିପରି ଭୟଙ୍କର ଦୁର୍ଘଟଣାକୁ ନେଇ ସିବିଆଇ ମଧ୍ୟ ତଦନ୍ତ ଜାରି ରଖିଛି । ସେପଟେ ଏହି ଦୁର୍ଘଟଣା ପରେ ରେଲୱେର ବିଭିନ୍ନ କର୍ମଚାରୀଙ୍କ ବଦଳି କରାଯାଇଛି । କିନ୍ତୁ ଏବେ ବି ସ୍ପଷ୍ଟ ତଥ୍ୟକୁ ଅପେକ୍ଷା ରହିଛି ।

Get real time updates directly on you device, subscribe now.